କେତେଥର କହିଲି ବାପା
ତୁମେ ଚାଲିଆସ
ଆମ ପାଖକୁ ।
ଟାଟା ସ୍କାଏରେ ଦେଖିବ
ଓଡ଼ିଆ ଟିଭି,
ଇଣ୍ଟରନେଟରେ ପଢ଼ିବ
ଓଡ଼ିଆ ପେପର,
ବୋହୁ ବି ରାନ୍ଧିଦେବ ଏଠି
ଓଡ଼ିଆ ଘରର ଖାଦ୍ୟ,
ବାପା ତୁମେ ଚାଲିଆସ,
ବୋଉକୁ ନେଇ
ତୁମେ ଚାଲିଆସ ।
ଏଥରକ ବି ମିଳିଲାନି କିଛି ଉତ୍ତର
ପାଣିଚିଆ ଆଖି ଆଉ..
ଗୋଟେ ଦୀର୍ଘ ନିଶ୍ବାସ
ଗୋଟେ ଦୀର୍ଘ ନିଶ୍ବାସ
ନୀରବତାରେ କେହି ଯେମିତି କହୁଥିଲା,
କେମିତି ଛାଡିଦେବି ଶେଷବେଳେ
ମୋ ମା କୁ,
ସେ ମାଟି ଆଉ.. ସେ ଗାଁ କୁ ।
***********
ବାପା ତ ଆସିଲେନି, କେବେ କେବେ ଗଲେ ବାପାଙ୍କ ସହ ସମୟ ବିତାଇବାରେ ଅନେକ ଖୁସି ଲାଗୁଥିବ ।
ReplyDelete