Monday, 8 August 2016

ବୁଦ୍ଧିଆ ସିଂହ - ଫିଲ୍ମ

                                                              ବୁଦ୍ଧିଆ ସିଂହ ବର୍ନ ଟୁ ରନ 
ବୁଦ୍ଧିଆ ସିଂହ ଉପରେ ଚର୍ଚ୍ଚା ପ୍ରାୟ ଦଶ ବର୍ଷ ତଳେ ଉଠିଥିଲା ଯେତେବେଳେ କୁନି ପିଲାଟିଏ ମିନି ମାରାଥନ ଦୌଡୁଥିଲା, ତା ପରେ ଏହାକୁ ନେଇ ସୃଷ୍ଟି ହେଲା କିଛି ବିବାଦ ଓ ଶେଷରେ ସେ ଖବର ହଜିଗଲା | ପୁଣି ଚର୍ଚ୍ଚା ଉଠିଲା ବୁଦ୍ଧିଆ ସିଂହକୁ ନେଇ ଯେତେବେଳେ କୋଚ ବିରଞ୍ଚି ଦାସଙ୍କୁ ହତ୍ୟା କରାଗଲା | ଏବେ ପୁଣି ଚର୍ଚ୍ଚା ଏକ ଫିଲ୍ମ ରିଲିଜ ହେଉଥିବାରୁ  |

                                                (Source: Google Image search)

                                                         ଦେଖିବି କି ଦେଖିବି ନାହିଁ !
ବୁଦ୍ଧିଆ ସିଂହ ଫିଲ୍ମଟି ଦେଖିବା ପାଇଁ ମନରେ ସେମିତି ଉତ୍ସାହ ଆସୁ ନଥିଲା | ଦେଖିବା ପାଇଁ କେବଳ ଗୋଟାଏ କାରଣ - ଓଡ଼ିଆ କାହାଣୀ, ଓଡ଼ିଆ ନିର୍ଦେଶକ | ହେଲେ କିଛି ଦିନ ତଳେ ନୀଳ ମାଧବ ପଣ୍ଡାଙ୍କ "କୋନ କିତନେ ପାନି ମେଁ"କୁ ନେଇ ମଧ୍ୟ ସେମିତି ଚର୍ଚ୍ଚା ଉଠିଥିଲା | କିନ୍ତୁ ଫିଲ୍ମ ସେମିତି କିଛି ଖାସ ନଥିଲା | ତେଣୁ ଏ ଫିଲ୍ମ ପ୍ରତି ବି ଏତେଟା ଆଗ୍ରହ ଆସୁନଥିଲା |
ଫିଲ୍ମ ରିଲିଜ ର ଗୋଟେ ଦିନ ପୂର୍ବରୁ bookmyshowରେ ଦେଖିଲି ନିକଟବର୍ତ୍ତୀ ସିନେମା ହଲ ବୁଦ୍ଧିଆ ସିଂହର ଗୋଟାଏ ସୋ ଚଳାଉଛି | ଯେହେତୁ ଘର ପାଖରେ ହଲ ଓ ଓଡ଼ିଆ ଲୋକଙ୍କ ଦ୍ୱାରା ଏ ଫିଲ୍ମ ତେଣୁ ଫିଲ୍ମଟି ଦେଖିବାକୁ ମନ ସ୍ଥିର କଲି | ହେଲେ ଶୁକ୍ରବାରର ବୁକିଂ ସେମିତି ଆଶାନୁରୂପ ନହେବାରୁ ସିନେମା ହଲଟି ସେ ସୋ' କୁ cancel କରି sms ଦ୍ୱାରା ଜଣେଇଦେଲା | ହଠାତ କାହିଁକି କେଜାଣି ଫିଲ୍ମଟି ଦେଖିବା ପାଇଁ ଗୋଟେ curiosity ସୃଷ୍ଟି ହେଲା | ଫିଲ୍ମକୁ support କରିବା ଲକ୍ଷ୍ୟରେ ଇଚ୍ଛା ହେଲା ଫିଲ୍ମଟି ଦେଖିବାକୁ | ଆଉ ଏକ ସିନେମା ହଲରେ ଏ ସିନେମାଟି ଚାଲୁଥିବାର ଦେଖି ସେ show ପାଇଁ ଟିକେଟ book କରିଦେଲି |
                                                            ଫିଲ୍ମ
ଫିଲ୍ମ ଆରମ୍ଭ ହୋଇଛି thanksgiving note ସହ | ଜଗନ୍ନାଥ ମନ୍ଦିର, ପୁରୀ , CRPF ଭୁବନେଶ୍ୱର.. | ଶଙ୍ଖ ଧ୍ୱନି ସହ ଶ୍ରୀମନ୍ଦିର ର ଦୃଶ୍ୟ | 
ଫିଲ୍ମର କାହାଣୀ 5 ବର୍ଷର କୁନିପିଲା ବୁଦ୍ଧିଆ ଓ ତାର କୋଚ ବିରଞ୍ଚି ଦାସଙ୍କୁ ନେଇ | ବୁଦ୍ଧିଆକୁ ନେଇ ବିରଞ୍ଚିର ସ୍ବପ୍ନ, ଆକାଂକ୍ଷା ଓ ଶେଷରେ arrogance | ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ଏ ଫିଲ୍ମକୁ | ଦୁଇ ଘଣ୍ଟାର ଫିଲ୍ମରେ ଦର୍ଶକ ସ୍କ୍ରିନ ଉପରୁ ଗୋଟେ ମୁହୂର୍ତ୍ତ ବି ଆଖି ଫେରାଇ ଆଣିପାରିବ ନାହିଁ | କାହାଣୀ କେବେବି flat ହୋଇଗଲା ଭଳି ଲାଗୁନି | ଉତ୍କଣ୍ଠା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଲାଗି ରହୁଛି | ମଝିରେ କିଛି ସମୟ ପାଇଁ ଯଦିଓ ଲାଗୁଛି ନିର୍ଦ୍ଦେଶକ ଟିକେ confuse ହୋଇଯାଇଛନ୍ତି | screen blank ହୋଇ ଯାଉଛି | Actually ସୌମେନ୍ଦ୍ର ସେତେବେଳର confusion କୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି ଫିଲ୍ମରେ | ଛୋଟ ପିଲା ମାରାଥନ ଦୌଡ଼ି ପାରିବ କି ନାହିଁ ! କଣ ହେବ ଏ ପିଲାର ଭବିଷ୍ୟତ ! ସରକାର ଓ ଶିଶୁ କଲ୍ୟାଣ ବିଭାଗ ଏକ rare talent କୁ handle କରିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି | ଦାୟିତ୍ୱ ଖସେଇବା ବାହାନାରେ ଆମ system ହଜେଇ ଦେଇଛି ଏକ କୁନି talent..
ସୌମେନ୍ଦ୍ରଙ୍କ ଏ ପ୍ରଥମ ଫିଲ୍ମ ଏବଂ ପ୍ରଥମ ଫିଲ୍ମରେ ନିଜ ଦକ୍ଷତାର ପ୍ରଦର୍ଶନ କରିଛନ୍ତି ସେ | କାହାଣୀ, ନିର୍ଦ୍ଦେଶନା, ସଂଗୀତ..ସବୁଥିରେ ଏକ ପ୍ରକାର maturity ସ୍ପଷ୍ଟ ବାରି ହୋଇ ପଡୁଛି |
ଓଡ଼ିଶାର କାହାଣୀକୁ ଦେଖେଇଲା ବେଳେ ଓଡ଼ିଶାକୁ ଦେଖେଇବାର ସୁଯୋଗକୁ ହାତଛଡା କରି ନାହାନ୍ତି ସୌମେନ୍ଦ୍ର | ଅତି ସୁନ୍ଦର ଭାବେ ଓଡ଼ିଶାର ଭାଷା, ଖାଦ୍ୟ (ଛେନାପୋଡ଼), ପୁରୀ ସମୁଦ୍ରକୁଳ, ଶ୍ରୀମନ୍ଦିରକୁ ଫିଲ୍ମରେ ଦେଖାଯାଇଛି | କେତେବେଳେ ଏମିତି ବି ଲାଗୁନି କି ଏ ଦୃଶ୍ୟର ଆବଶ୍ୟକତା ନଥିଲା ଓ ନିର୍ଦ୍ଦେଶକ ଏହାକୁ ଏଠି ଦେଖେଇଦେଲେ | ସଂଗୀତରେ ବି ଓଡ଼ିଆ ଭାଷାର ସୁନ୍ଦର ଉପଯୋଗ କରିଛନ୍ତି | ମୁଖ୍ୟ ଗୀତରେ ସୁନାପୁଅ, ଗେହ୍ଲାପୁଅ ଆଦି ଶବ୍ଦ ଓ ଥିମ ଗୀତରେ ବନ୍ଦେ ଉତ୍କଳ ଜନନୀ | ଗୋଟେ ଦୃଶ୍ୟରେ ରେଡ଼ିଓରୁ ବି ଆସୁଛି ରଙ୍ଗବତୀ ଗୀତ | ମୋଟ ଉପରେ କହିବାକୁ ଗଲେ ଓଡିଶାକୁ ଜାତୀୟ ସ୍ତରରେ ବହୁତ ସୁନ୍ଦର ଭାବରେ ଉପସ୍ଥାପିତ କରାଯାଇଛି ଏ biopic ଫିଲ୍ମରେ  |
                                                       ରେଟିଂ :  4
ଏହା ଏକ ସମ୍ପୂର୍ଣ (complete) ଫିଲ୍ମ | biopic ଫିଲ୍ମ ହେଲେବି ଦର୍ଶକକୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଛି ଏ ଫିଲ୍ମ | ମୋ ମତରେ ଅତି କମରେ ଏ ଫିଲ୍ମ (4/5) ରେଟିଂ ପାଇବା ପାଇଁ ହକଦାର  |
                                                      ଶେଷକଥା
ଦୁଃଖର କଥା ଏମିତି ଏକ ଫିଲ୍ମକୁ ଦର୍ଶକ response ଯେମିତି ମିଳିବା କଥା ସେମିତି ମିଳୁନି | ମନୋଜ ବାଜପାୟୀଙ୍କ ଭଳି କଳାକାର ବି ଦର୍ଶକଙ୍କୁ ଟାଣି ପାରୁନି ସିନେମା ହଲକୁ | ଆଶା କରିବା ଆଗକୁ ଏ ଫିଲ୍ମଟି ଲୋକଙ୍କ ଦ୍ୱାରା ଆଦୃତ ହେବ |