Thursday, 13 October 2016

ଅ-ସାମାଜିକ ମିଡ଼ିଆ

ଫେସବୁକ୍, ଟ୍ୱିଟର, ହ୍ୱାଟସଆପ୍ ଆଦି ସୋସିଆଲ ମିଡ଼ିଆର କ୍ରେଜ ଏବେ ବହୁଳ ଭାବରେ ବଢି ଚାଲିଛି । ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ସମସ୍ତଙ୍କ ସହ ସମ୍ପର୍କ ବା ଯୋଗସୂତ୍ର ରଖିବାରେ ସୋସିଆଲ ମିଡ଼ିଆର ଗୁରୁତ୍ୱ କାହିଁ କେତେ ଅଧିକ । ନିଜର ଭାବନାକୁ ପରିପ୍ରକାଶ କରିବାର ବଳିଷ୍ଠ ମାଧ୍ୟମ ସାଜିଛି ଏଇ ସୋସିଆଲ ମିଡ଼ିଆ । ଆଜିକାଲି ସରକାରୀ ସ୍ତରରେ ମଧ୍ୟ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ହେଉଛି ସୂଚନା ଆଦାନପ୍ରଦାନ କରିବା ପାଇଁ । ସେ ରେଳ ବିଭାଗ ହେଉ ଅବା ବୈଦେଶିକ ବିଭାଗ, ସମସ୍ତେ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କ ଅସୁବିଧାକୁ ସମାଧାନ କରୁଛନ୍ତି । ବ୍ୟକ୍ତିଗତ ଅନୁଭବରୁ କହିଲେ, ଓଡ଼ିଶାର କଳା, ସଂସ୍କୃତିକୁ ସାରା ଦୁନିଆଁ ଆଗରେ ପହଞ୍ଚାଇବା ପାଇଁ ଆମେ କିଛି ଯୁବଗୋଷ୍ଟି ଟ୍ୱିଟରରେ ଉଦ୍ୟମ କରି ସଫଳ ମଧ୍ୟ ହୋଇଛୁ । 

ଏବେ ଆପଣ ପଚାରିବେ, ଯଦି ଏତେ ଭଲ ଭଲ କଥା ସବୁ ହେଉଛି, ତେବେ ଜିରାରୁ ଶିରା କାଢିଲା ପରି ଶୀର୍ଷକ "ଅସାମାଜିକ ମିଡ଼ିଆ" ଦେଇ ଏ ବ୍ଲଗ କାହିଁ ଲେଖୁଛ ? 

ଗୋଟେ ଅନୁଭୂତି ଏଠି ବାଣ୍ଟି ତା' ପରେ ଶୀର୍ଷକ ଉପରକୁ ଆସିବି । କିଛିଦିନ ତଳେ ଚେନ୍ନାଇର ମୋ ପୂର୍ବ ଅଫିସରେ ବସି କିଛି କୋଡ୍ ଉପରେ ତର୍ଜମା ଚଳେଇଥିଲା ବେଳେ ମୋ ସହକର୍ମୀ ପଦ୍ମନାଭନ କହିଲା, "Saswat, Have you seen this news? One Security guard from your state Odisha has cleared IAS exam. He'll be posted in TN soon." 

ତାମିଲ ପିଲାଙ୍କ ଠାରୁ ମୁଁ ଗୋଟେ କଥା ଶିଖିଛି, ସେମାନେ ଭାରି ସ୍ୱାଭିମାନୀ ଓ ନିଜ ଭାଷା, ସଂସ୍କୃତି ଏବଂ ବେଶଭୁଷାକୁ ନେଇ ଭାରି ଗର୍ବିତ । ଆମ ଓଡ଼ିଆ ମାନଙ୍କ କ୍ଷେତ୍ରରେ ଏସବୁ ଗୁଣ ପାଇବାର ସମ୍ଭାବନା ବହୁତ କମ । ପଦ୍ମନାଭନ ମୋ ଭଳି ଚାକିରୀ କରି ମଧ୍ୟ ନିଜ କର୍ମ ଜୀବନରୁ ସମୟ ବାହାର କରି ତାମିଲ ଭାଷାରେ website ଟିଏ ଚଳାଉଥିଲା । ବିଭିନ୍ନ ଜାଗାରୁ ଭଲ ଭଲ ଖବର ସଂଗ୍ରହ କରି ସେ ନିଜ website ରେ ତାମିଲ ଭାଷାରେ ଲେଖୁଥିଲା । ତେବେ ଏଇ IAS ବାଲା ଖବରଟା ନିଜ websiteରେ ଲେଖିବା ପାଇଁ ଟାଇପ କରୁଥିଲା ବେଳେ ମୁଁ କହିଲି, ପ୍ରଥମେ ଖବରଟିର ସତ୍ୟାସତ୍ୟ ପରଖି ନେବାକୁ । ଏହାର ଦୁଇଟି କାରଣ ଥିଲା - ପ୍ରଥମଟି ହେଲା, ମୁଁ ଟ୍ୱିଟରରେ follow କରୁଥିବା କୌଣସି ଆଞ୍ଚଳିକ ଓଡ଼ିଆ ଚ୍ୟାନେଲ କି ସାମ୍ବାଦିକ ଏ ଖବର ଉପରେ କୌଣସି ଟ୍ୱିଟ କରି ନଥିଲେ । ଆଉ ଦ୍ଵିତୀୟଟି ହେଲା, IAS ପରୀକ୍ଷା ଫଳ ଅନେକ ଦିନରୁ (ପ୍ରାୟ ଦୁଇ ମାସ ତଳୁ) ପ୍ରକାଶିତ ହୋଇ ସାରିଥିଲା ଏବଂ ଭାରତ ସରକାରଙ୍କ website ରେ ମଧ୍ୟ ଏମିତି କେହି ଜଣେ ସେ କହୁଥିବା ଓଡ଼ିଆ ବ୍ୟକ୍ତିର ନାଁ ନଥିଲା । ତେଣୁ ମୁଁ ପଦ୍ମନାଭନକୁ ମନାକଲି ଏମିତି "କାନକୁ ଭଲ ଶୁଭୁଥିବା କିନ୍ତୁ ମିଛ" ଖବରକୁ ନିଜ websiteରେ ନ ଛାପିବା ପାଇଁ । 

ଏହାର କିଛି ସମୟ ପରେ ଦେଖିଲି ମୋ ଫେସବୁକର TLରେ ସେଇ ଏକା ଖବରଟି କେହି ଜଣେ ପୋଷ୍ଟ କରିଛି ପୋଷ୍ଟ କରିଥିବା ପିଲାଟି ହେଉଛି ମୋର ସାଙ୍ଗର ସାଙ୍ଗ । ଫେସବୁକରେ ଏମିତି ଅନେକ friend request ପାଇବା ଓ friend request କୁ accept କରିବା ଏକ ସାଧାରଣ କଥା । ସେ ପିଲାଟିକୁ ଯଦିଓ ମୁଁ ଅଳ୍ପେ ବହୁତେ ଜାଣିଥାଏ କିନ୍ତୁ ସେ ମୋର close friend ନୁହେଁ । ଖବରଟିକୁ ଆଉଟିକେ ବିସ୍ତାରିତ ଭାବରେ ଜାଣିବା ପାଇଁ ମୁଁ କିଛି ପ୍ରଶ୍ନ କରିଥିଲି ତାକୁ ସେହି ପୋଷ୍ଟରେ । ପରେ ଯାହା ଜାଣିଲି, ଗୋଟେ ବଡ IT କମ୍ପାନି ନିଜ employee ମାନଙ୍କୁ ଏ ଖବର email ରେ ପଠାଇଛି । ସେ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲା ଏ ଓଡିଆ ଯୁବକଟି । ନିଜ କମ୍ପାନୀର ସିକ୍ୟୁରିଟି ଗାର୍ଡ ଜଣେ IAS ହେବା ଗର୍ବର କଥାଟିଏ ନିଶ୍ଚୟ । କମ୍ପାନୀଟି ସେଥିପାଇଁ ସବୁ employee ମାନଙ୍କୁ mail ପଠେଇ ଖୁସି ଖବର ଜଣେଇ ଦେଇଛି । ଏହା ମଧ୍ୟରେ ପଦ୍ମନାଭନ ମଧ୍ୟ ତା ସାଙ୍ଗ ଠାରୁ ସେ e-mail କପିଟିଏ ଆଣି ସାରିଥିଲା ।  

ସାଙ୍ଘାତିକ goof up ! 

ଯେହେତୁ ଗୋଟେ ପ୍ରାଇଭେଟ ସଫ୍ଟୱେର କମ୍ପାନୀର internal mail ରେ ଏ ଖବର ଆସିଛି, ତେଣୁ ଖବରର ସତ୍ୟାସତ୍ୟ ମିଳିବା କଷ୍ଟ । ଏମିତି ଡାହାମିଛ ଗୁଡାକ କେହି ଟିକେ ପରୀକ୍ଷା ନକରି ଯେମିତି accept କରି ଯାଉଛନ୍ତି ଦେଖି ଭାରି ବିରକ୍ତ ଲାଗିଲା । ଅଫିସ୍ ଟି କେମିତି ଚେକ୍ ନକରି mail ପଠାଉଛୁ! ତେଣୁ ମୁଁ ମୋ ବିରକ୍ତ ଭାବକୁ କାହାର ନାଁ ନ ନେଇ ଫେସବୁକରେ ଗୋଟେ micro blog ଆକାରରେ ପୋଷ୍ଟ କରିଦେଲି  ।  

ଏହାର କିଛି ସମୟ ମଧ୍ୟରେ ମୋର ସେ ଓଡ଼ିଆ ସାଙ୍ଗଟି ହଠାତ ମୋତେ ଫୋନ କରି ମନଇଚ୍ଛା ଗାଳି କରିଗଲା ଓ ତାପରେ ମୁଁ କିଛି କହିବା ପୂର୍ବରୁ ଫୋନ କାଟିଦେଲା । ପରେ ଦେଖିଲି ସେ ମୋତେ ଫେସବୁକ friend ଲିଷ୍ଟରୁ ବି କାଟି ଦେଇଛି । କିଛି ବୁଝି ହେଉ ନଥାଏ, ସେ ପିଲାଟି ଏମିତି ରାଗିବାର କାରଣ କଣ ! ଯଦିଓ ମୋର ପୋଷ୍ଟଟି କେବଳ ସେ IT କମ୍ପାନୀଟି ପାଇଁ ଉଦ୍ଦିଷ୍ଟ ଥିଲା । 

ଏବେ ଆସିବା ମୂଳ ବିଷୟ ଉପରକୁ । ସୋସିଆଲ ମିଡ଼ିଆରେ ମନଗଢ଼ା ଖବର ଓ fake ଫୋଟୋ ଆସିବା ଅତି ସାଧାରଣ ଘଟଣା ହୋଇ ଗଲାଣି । ସୋସିଆଲ ମିଡ଼ିଆରେ କେହିବି କିଛିବି ପୋଷ୍ଟ କରି ଦେଉଛନ୍ତି । ଯେହେତୁ ସେମିତି କିଛି regulation ନାହିଁ, ତେଣୁ ଏ ସାମାଜିକ ମିଡ଼ିଆ ଏବେ ଅସାମାଜିକ ମିଡ଼ିଆରେ ପରିଣତ ହୋଇଗଲାଣି ।  Mainstream ମିଡ଼ିଆରେ କିଛି ରେଗୁଲେସନ ଅଛି । କେହି ଭୁଲ ଖବର ନିଜ ଚ୍ୟାନେଲ କି ଖବରକାଗଜରେ ପ୍ରକାଶ କଲେ କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଯାଉଛି । ଏଇ କିଛି ଦିନ ତଳେ "ସମ୍ବାଦ" ନିଜ ଖବରକାଗଜରେ ଉଗ୍ରପନ୍ଥୀ ସ୍ଥାନରେ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ଫୋଟୋ ଭୁଲ କ୍ରମେ ଛାପି ଥିବାରୁ, ପରେ ନିଃସର୍ତ୍ତ କ୍ଷମା ପାର୍ଥନା କରି ନିଜ ଭୁଲ ସଂଶୋଧନ କରିଥିଲେ । ହେଲେ ସୋସିଆଲ ମିଡ଼ିଆରେ କୌଣସି ଖବର ବା ପୋଷ୍ଟ ଉପରେ ସେମିତି ବିଶେଷ କିଛି control ନଥାଏ । ଅନେକ ଲୋକ ଏକ ଉଦ୍ଭଟ ଚିନ୍ତାଧାରା ଭିତରେ ରହି ଏସବୁ ଫୋଟୋ ବା ପୋଷ୍ଟ ସବୁ କରନ୍ତି ସୋସିଆଲ ମିଡ଼ିଆରୁ like / share ଆଦି ଗୋଟେଇବା ପାଇଁ ।

ଏ ପରିସ୍ଥିତିରେ ଆମର ଏକ ଗୁରୁଦାୟିତ୍ୱ ଅଛି । ବରଂ ମୋ ଭଳି କୋଉ ସାଙ୍ଗଠାରୁ ଗାଳି ଖାଅ, କିନ୍ତୁ କୌଣସି ଖବରକୁ ଅନ୍ଧ ଭଳି like କି share କରିବା ପୂର୍ବରୁ ତାହାର ସତ୍ୟାସତ୍ୟ ନିଶ୍ଚୟ ପରଖି ନିଅ
। କୌଣସି ଖବର ବା ପୋଷ୍ଟର ସତ୍ୟାସତ୍ୟ ବିଷୟରେ ନିଶ୍ଚିତ ନ ହୋଇ କୌଣସି ପୋଷ୍ଟକୁ ସେୟାର କରନି। ଯଦି କିଛି ପୋଷ୍ଟ ଉପରେ ସନ୍ଦେହ ସୃଷ୍ଟି ହେଉଛି ତେବେ ଗୁଗୁଲ୍ ରେ ସର୍ଚ୍ଚ କରି ସତ୍ୟାସତ୍ୟ ଟିକେ ଜାଣିନିଅ । 

Monday, 8 August 2016

ବୁଦ୍ଧିଆ ସିଂହ - ଫିଲ୍ମ

                                                              ବୁଦ୍ଧିଆ ସିଂହ ବର୍ନ ଟୁ ରନ 
ବୁଦ୍ଧିଆ ସିଂହ ଉପରେ ଚର୍ଚ୍ଚା ପ୍ରାୟ ଦଶ ବର୍ଷ ତଳେ ଉଠିଥିଲା ଯେତେବେଳେ କୁନି ପିଲାଟିଏ ମିନି ମାରାଥନ ଦୌଡୁଥିଲା, ତା ପରେ ଏହାକୁ ନେଇ ସୃଷ୍ଟି ହେଲା କିଛି ବିବାଦ ଓ ଶେଷରେ ସେ ଖବର ହଜିଗଲା | ପୁଣି ଚର୍ଚ୍ଚା ଉଠିଲା ବୁଦ୍ଧିଆ ସିଂହକୁ ନେଇ ଯେତେବେଳେ କୋଚ ବିରଞ୍ଚି ଦାସଙ୍କୁ ହତ୍ୟା କରାଗଲା | ଏବେ ପୁଣି ଚର୍ଚ୍ଚା ଏକ ଫିଲ୍ମ ରିଲିଜ ହେଉଥିବାରୁ  |

                                                (Source: Google Image search)

                                                         ଦେଖିବି କି ଦେଖିବି ନାହିଁ !
ବୁଦ୍ଧିଆ ସିଂହ ଫିଲ୍ମଟି ଦେଖିବା ପାଇଁ ମନରେ ସେମିତି ଉତ୍ସାହ ଆସୁ ନଥିଲା | ଦେଖିବା ପାଇଁ କେବଳ ଗୋଟାଏ କାରଣ - ଓଡ଼ିଆ କାହାଣୀ, ଓଡ଼ିଆ ନିର୍ଦେଶକ | ହେଲେ କିଛି ଦିନ ତଳେ ନୀଳ ମାଧବ ପଣ୍ଡାଙ୍କ "କୋନ କିତନେ ପାନି ମେଁ"କୁ ନେଇ ମଧ୍ୟ ସେମିତି ଚର୍ଚ୍ଚା ଉଠିଥିଲା | କିନ୍ତୁ ଫିଲ୍ମ ସେମିତି କିଛି ଖାସ ନଥିଲା | ତେଣୁ ଏ ଫିଲ୍ମ ପ୍ରତି ବି ଏତେଟା ଆଗ୍ରହ ଆସୁନଥିଲା |
ଫିଲ୍ମ ରିଲିଜ ର ଗୋଟେ ଦିନ ପୂର୍ବରୁ bookmyshowରେ ଦେଖିଲି ନିକଟବର୍ତ୍ତୀ ସିନେମା ହଲ ବୁଦ୍ଧିଆ ସିଂହର ଗୋଟାଏ ସୋ ଚଳାଉଛି | ଯେହେତୁ ଘର ପାଖରେ ହଲ ଓ ଓଡ଼ିଆ ଲୋକଙ୍କ ଦ୍ୱାରା ଏ ଫିଲ୍ମ ତେଣୁ ଫିଲ୍ମଟି ଦେଖିବାକୁ ମନ ସ୍ଥିର କଲି | ହେଲେ ଶୁକ୍ରବାରର ବୁକିଂ ସେମିତି ଆଶାନୁରୂପ ନହେବାରୁ ସିନେମା ହଲଟି ସେ ସୋ' କୁ cancel କରି sms ଦ୍ୱାରା ଜଣେଇଦେଲା | ହଠାତ କାହିଁକି କେଜାଣି ଫିଲ୍ମଟି ଦେଖିବା ପାଇଁ ଗୋଟେ curiosity ସୃଷ୍ଟି ହେଲା | ଫିଲ୍ମକୁ support କରିବା ଲକ୍ଷ୍ୟରେ ଇଚ୍ଛା ହେଲା ଫିଲ୍ମଟି ଦେଖିବାକୁ | ଆଉ ଏକ ସିନେମା ହଲରେ ଏ ସିନେମାଟି ଚାଲୁଥିବାର ଦେଖି ସେ show ପାଇଁ ଟିକେଟ book କରିଦେଲି |
                                                            ଫିଲ୍ମ
ଫିଲ୍ମ ଆରମ୍ଭ ହୋଇଛି thanksgiving note ସହ | ଜଗନ୍ନାଥ ମନ୍ଦିର, ପୁରୀ , CRPF ଭୁବନେଶ୍ୱର.. | ଶଙ୍ଖ ଧ୍ୱନି ସହ ଶ୍ରୀମନ୍ଦିର ର ଦୃଶ୍ୟ | 
ଫିଲ୍ମର କାହାଣୀ 5 ବର୍ଷର କୁନିପିଲା ବୁଦ୍ଧିଆ ଓ ତାର କୋଚ ବିରଞ୍ଚି ଦାସଙ୍କୁ ନେଇ | ବୁଦ୍ଧିଆକୁ ନେଇ ବିରଞ୍ଚିର ସ୍ବପ୍ନ, ଆକାଂକ୍ଷା ଓ ଶେଷରେ arrogance | ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ଏ ଫିଲ୍ମକୁ | ଦୁଇ ଘଣ୍ଟାର ଫିଲ୍ମରେ ଦର୍ଶକ ସ୍କ୍ରିନ ଉପରୁ ଗୋଟେ ମୁହୂର୍ତ୍ତ ବି ଆଖି ଫେରାଇ ଆଣିପାରିବ ନାହିଁ | କାହାଣୀ କେବେବି flat ହୋଇଗଲା ଭଳି ଲାଗୁନି | ଉତ୍କଣ୍ଠା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଲାଗି ରହୁଛି | ମଝିରେ କିଛି ସମୟ ପାଇଁ ଯଦିଓ ଲାଗୁଛି ନିର୍ଦ୍ଦେଶକ ଟିକେ confuse ହୋଇଯାଇଛନ୍ତି | screen blank ହୋଇ ଯାଉଛି | Actually ସୌମେନ୍ଦ୍ର ସେତେବେଳର confusion କୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି ଫିଲ୍ମରେ | ଛୋଟ ପିଲା ମାରାଥନ ଦୌଡ଼ି ପାରିବ କି ନାହିଁ ! କଣ ହେବ ଏ ପିଲାର ଭବିଷ୍ୟତ ! ସରକାର ଓ ଶିଶୁ କଲ୍ୟାଣ ବିଭାଗ ଏକ rare talent କୁ handle କରିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି | ଦାୟିତ୍ୱ ଖସେଇବା ବାହାନାରେ ଆମ system ହଜେଇ ଦେଇଛି ଏକ କୁନି talent..
ସୌମେନ୍ଦ୍ରଙ୍କ ଏ ପ୍ରଥମ ଫିଲ୍ମ ଏବଂ ପ୍ରଥମ ଫିଲ୍ମରେ ନିଜ ଦକ୍ଷତାର ପ୍ରଦର୍ଶନ କରିଛନ୍ତି ସେ | କାହାଣୀ, ନିର୍ଦ୍ଦେଶନା, ସଂଗୀତ..ସବୁଥିରେ ଏକ ପ୍ରକାର maturity ସ୍ପଷ୍ଟ ବାରି ହୋଇ ପଡୁଛି |
ଓଡ଼ିଶାର କାହାଣୀକୁ ଦେଖେଇଲା ବେଳେ ଓଡ଼ିଶାକୁ ଦେଖେଇବାର ସୁଯୋଗକୁ ହାତଛଡା କରି ନାହାନ୍ତି ସୌମେନ୍ଦ୍ର | ଅତି ସୁନ୍ଦର ଭାବେ ଓଡ଼ିଶାର ଭାଷା, ଖାଦ୍ୟ (ଛେନାପୋଡ଼), ପୁରୀ ସମୁଦ୍ରକୁଳ, ଶ୍ରୀମନ୍ଦିରକୁ ଫିଲ୍ମରେ ଦେଖାଯାଇଛି | କେତେବେଳେ ଏମିତି ବି ଲାଗୁନି କି ଏ ଦୃଶ୍ୟର ଆବଶ୍ୟକତା ନଥିଲା ଓ ନିର୍ଦ୍ଦେଶକ ଏହାକୁ ଏଠି ଦେଖେଇଦେଲେ | ସଂଗୀତରେ ବି ଓଡ଼ିଆ ଭାଷାର ସୁନ୍ଦର ଉପଯୋଗ କରିଛନ୍ତି | ମୁଖ୍ୟ ଗୀତରେ ସୁନାପୁଅ, ଗେହ୍ଲାପୁଅ ଆଦି ଶବ୍ଦ ଓ ଥିମ ଗୀତରେ ବନ୍ଦେ ଉତ୍କଳ ଜନନୀ | ଗୋଟେ ଦୃଶ୍ୟରେ ରେଡ଼ିଓରୁ ବି ଆସୁଛି ରଙ୍ଗବତୀ ଗୀତ | ମୋଟ ଉପରେ କହିବାକୁ ଗଲେ ଓଡିଶାକୁ ଜାତୀୟ ସ୍ତରରେ ବହୁତ ସୁନ୍ଦର ଭାବରେ ଉପସ୍ଥାପିତ କରାଯାଇଛି ଏ biopic ଫିଲ୍ମରେ  |
                                                       ରେଟିଂ :  4
ଏହା ଏକ ସମ୍ପୂର୍ଣ (complete) ଫିଲ୍ମ | biopic ଫିଲ୍ମ ହେଲେବି ଦର୍ଶକକୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଛି ଏ ଫିଲ୍ମ | ମୋ ମତରେ ଅତି କମରେ ଏ ଫିଲ୍ମ (4/5) ରେଟିଂ ପାଇବା ପାଇଁ ହକଦାର  |
                                                      ଶେଷକଥା
ଦୁଃଖର କଥା ଏମିତି ଏକ ଫିଲ୍ମକୁ ଦର୍ଶକ response ଯେମିତି ମିଳିବା କଥା ସେମିତି ମିଳୁନି | ମନୋଜ ବାଜପାୟୀଙ୍କ ଭଳି କଳାକାର ବି ଦର୍ଶକଙ୍କୁ ଟାଣି ପାରୁନି ସିନେମା ହଲକୁ | ଆଶା କରିବା ଆଗକୁ ଏ ଫିଲ୍ମଟି ଲୋକଙ୍କ ଦ୍ୱାରା ଆଦୃତ ହେବ | 






Sunday, 3 April 2016

ପେପର ବାଲା

ଆରେ ଇଏ ତ ପେପର ବାଲାର ଫୋଟୋ !!

କିଏ ଯେମିତି ପିଲାଦିନର ସ୍ମୃତି ସବୁ ହଠାତ ଉଖୁରେଇ ଦେଲା । ଫେସବୁକରେ ଗାଁ ସାଙ୍ଗ ଜଣେ ଫୋଟୋଟିଏ ପୋଷ୍ଟ କରିଥାଏ "ଧର୍ମଶାଳା ଅଞ୍ଚଳର ବରିଷ୍ଠ ହକର ବସନ୍ତ ବାରିକ ସମ୍ମାନିତ" ଲେଖା ସହ । ବସନ୍ତ ବାରିକ ତାଙ୍କ ନାଁ । ବାପା ବି କେତେଥର ତାଙ୍କୁ ବସନ୍ତ ବୋଲି ଡାକିଥିବାର ମୁଁ ଶୁଣିଛି । ହେଲେ ସେଇଟା ତାଙ୍କର ପରିଚୟ ନଥିଲା । ଆମପାଇଁ ତାଙ୍କ ପରିଚୟ ଥିଲା - ପେପର ବାଲା

ଆଖପାଖର ପ୍ରାୟ ପଚାଶ ଖଣ୍ଡ ଗାଁ'ରେ ତାଙ୍କର ସେହି ପରିଚୟ ଥିଲା.. ପେପର ବାଲା ଶନିବାର ସକାଳେ ସ୍କୁଲ ଗଲାବେଳେ ଆମେ ତାଙ୍କୁ ଦେଖୁ ସାଇକେଲ ଚଢି ଯିବାର ଧୋତି ସହ ଫିକା କୁର୍ତ୍ତା, କାନ୍ଧରେ ନାଲି ଗାମୁଛା ସାଇକେଲର ଦୁଇ ହ୍ୟାଣ୍ଡଲରେ ଦୁଇ ତିନୋଟି କପଡା ବ୍ୟାଗ ପତଳା ଶରୀର, ସାବନା ରଙ୍ଗର ଦେହ ଖରାତରାରେ ବୁଲିବୁଲି ଚୁଟି ସବୁ ହୋଇଯାଇଥାଏ ନୁଖୁରା


                                                  (Source: google image search)

ତାଙ୍କ ଘର ଆମ ଗାଁ ଠାରୁ ଆଠ ଦଶ ଖଣ୍ଡ ଗାଁ ପଛକୁ ଥାଏ ସକାଳୁ ସକାଳୁ ସାଇକେଲ ଚଢି ସେ ଯାଆନ୍ତି ଗାଁ ଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଥିବା ଜାରକା ଛକକୁ କଟକରୁ ବାଲେଶ୍ଵର ପର୍ଯ୍ୟନ୍ତ ଲମ୍ବିଥିବା ଜାତୀୟ ରାଜପଥର କଡ଼ରେ ଗଢି ଉଠିଥାଏ ଏ ଛୋଟ ବଜାର ବା ଛକଟି ବାଜପେୟୀଙ୍କ ଚାରି ଲେନ ରାସ୍ତା ହେବା ପୂର୍ବରୁ ଏଠି ଥିଲା ରାସ୍ତାର ଦୁଇ ପାର୍ଶ୍ଵରେ ଦୁଇଟି ବର ଓ ଓସ୍ତ(ଅଶ୍ୱତଥ) ଗଛ ଓସ୍ତ ଗଛ ତଳେ ସିମେଣ୍ଟର ତିଆରି ଚାନ୍ଦିନୀ ଆଉ ତାକୁ ଲାଗିକି କିଛି ରିକ୍ସା ରାସ୍ତାର ଅପର ପାର୍ଶ୍ଵରେ ବରଗଛ, କିଛି ପାନ ଦୋକାନ ଓ ସିନେମା ହଲର ପୋଷ୍ଟର ଲଗାଥିବା ଦୁଇଟି ବଡ଼ ବାଉଁଶ ଖୁଣ୍ଟ ଏଇ ବାଉଁଶ ଖୁଣ୍ଟ କଡରେ ସକାଳୁ କଟକ ଆଡୁ ଆସୁଥିବା ବସ ଦେଇଯାଆନ୍ତି ଖବରକାଗଜ ସମାଜ, ପ୍ରଜାତନ୍ତ୍ର, ପ୍ରଗତିବାଦୀ, ମାତୃଭାଷା..  ଖବରକାଗଜ ସବୁକୁ ସେଇ ଫିଲ୍ମ ପୋଷ୍ଟରର ଖୁଣ୍ଟ ତଳେ ସଜାଡି ଅଲଗା ଅଲଗା ବ୍ୟାଗରେ ସେ ରଖନ୍ତି ଆଉ କିଛି ଖବରକାଗଜକୁ ଜରିରେ ଗୁଡେଇ ସାଇକେଲ ପଛରେ ବାନ୍ଧିଦେଇ ସେ ଚାଲନ୍ତି ଆରମ୍ଭ ହୁଏ ପେପର ବାଣ୍ଟିବା ଘର ପରେ ଘର, ଦୋକାନ ପରେ ଦୋକାନ, ଅଫିସ ପରେ ଅଫିସ, ଛକ ପରେ ଛକ, ଗାଁ ପରେ ଗାଁ ସାଇକେଲ ଗଡୁଥାଏ ଆଉ ଗଡୁଥାଏ ସମୟ

ପିଲାଦିନେ ଚାରିଟା ବେଳେ ସ୍କୁଲରୁ ଫେରି ପଖାଳ ଖାଇଦେଇ ଆମେ ଦଉଡି ଯାଉଥିଲୁ ଗାଁ ଦାଣ୍ଡକୁ ଗାଁ ସାଙ୍ଗ ମାନଙ୍କ ସହ ମାତି ଯାଉଥିଲୁ ଖେଳରେ କ୍ରିକେଟ, ଲୁଚକାଳି, ବାସ୍କେଟବଲ.. ଓ ଆହୁରି କେତେ ନାଁ ନଥିବା ଖେଳ ସବୁ ଅପରାହ୍ନର ଏଇ ସମୟଟା ଥିଲା ଆମର କେହିବି ଏ ସମୟଟା ଆମଠାରୁ ଛଡେଇ ନିଅନ୍ତିନି ହାଟ ସଉଦା ହେଉ କି ଘରର ଅନ୍ୟକିଛି ଛୋଟମୋଟ କାମ ଏଇ ସମୟରେ ଖେଳ ଛାଡି ଆମେ କୁଆଡେ ବି ଯାଉନଥିଲୁ ଠିକ ଏଇ ସମୟରେ ସେ ଆସନ୍ତି ନାଲି ମୋରମ ରାସ୍ତାରେ ସାଇକେଲ ଗଡେଇ ତାଙ୍କୁ ଦେଖିଦେଲେ ଆମେ ଦଉଡିଯାଉ "ହେଇ ପେପରବାଲା ଆସିଲା" କହି ସିଏ ବଢେଇ ଦିଅନ୍ତି ପ୍ରଜାତନ୍ତ୍ର ଖବରକାଗଜଟିଏ ଯଦିଓ ସେ ସମୟରେ ଖବରକାଗଜ ପଢିବାରେ ଆମର ଟିକେ ବି ରୁଚି ନଥିଲା କ୍ରମେ ଆମର ବି ଖବରକାଗଜ ସହ ସୃଷ୍ଟି ହେଲା ଏକ ଲମ୍ବା ସମ୍ପର୍କ ଆରମ୍ଭ ହେଲା ଏ ସମ୍ପର୍କ ପ୍ରଜାତନ୍ତ ସାପ୍ତାହିକୀର ମିନାବଜାର ପୃଷ୍ଠାରୁ ବିନ୍ଦୁ ଯୋଡ଼, ରଙ୍ଗ ଦିଅ, ଗଳ୍ପ, କବିତା ସହ ଆମର ବଢିଲା ଖବରକାଗଜ ସହ ଏକ ନିଆରା ସମ୍ପର୍କ ଶିଶୁ ବିଭାଗରୁ ଖେଳ ପୃଷ୍ଠା, ପରେ ଫିଲ୍ମ ବିଭାଗ, ମୁଖ୍ୟ ପୃଷ୍ଠା ଓ ଶେଷରେ ସମ୍ପାଦକୀୟ

ସମୟ ଗଡି ଚାଲିଲା ସନ୍ଧ୍ୟାରେ ଆସୁଥିବା ଖବରକାଗଜ ଆସି ପହଂଚିଲା ସକାଳେ କଳାଧଳାରୁ ଖବରକାଗଜ ହେଲା ରଙ୍ଗିନ ପୃଷ୍ଠା ସଂଖ୍ୟା ବଢିଲା ଅନେକ ନୁଆ ନୁଆ ଖବରକାଗଜ ସହ ଇଂରାଜୀ ଖବର କାଗଜ ବି ଆସି ପହଞ୍ଚିଲା ଗାଁ'ରେ ଖବରକାଗଜ ବାଣ୍ଟିବାରେ ବି ଆରମ୍ଭ ହେଲା ପ୍ରତିଯୋଗିତା ଯିଏ ଯେତେ ସକାଳୁ ଖବରକାଗଜ ଆଣି ଗାଁ'ରେ ବାଣ୍ଟି ପାରିଲା ସିଏ ହୋଇଗଲା ନୁଆ ପେପରବାଲା ଆମେ ବି କ୍ରମେ ଭୁଲିଗଲୁ ଆମର ସେ ପୁରୁଣା ପେପରବାଲାକୁ..

ସ୍କୁଲ ପରେ କଲେଜ, କଲେଜ ପରେ ଚାକିରୀ ଜୀବନ ଗାଁ'ରୁ ସହର, ସହରରୁ ବଦଳିଲା ରାଜ୍ୟ ଏବେ ସକାଳୁ କବାଟ ଖୋଲିଲେ ପେପରବାଲା ପକେଇ ଦେଇ ଯାଇଥିବ Times of India ର ହାଇଦ୍ରାବାଦ ସଂସ୍କରଣ ଓଡ଼ିଆ ଖବରକାଗଜ ପ୍ରଜାତନ୍ତ୍ର ଆଉ ନାହିଁ କମ୍ପ୍ୟୁଟରରେ ଅନଲାଇନରେ ପଢାହେଉଛି Sambad epaper.

ବ୍ୟସ୍ତ ଜୀବନ ଭିତରେ ଆଉ ମନେ ପଡୁନି ସେ ଗାଁ ରାସ୍ତା, ସାଇକେଲରେ ଆସୁଥିବା ଧୋତି ପିନ୍ଧା ଲୋକଟି ଖବରକାଗଜ ସହ ଆମକୁ ଯୋଡିଦେଇଥିବା ଆମର ସେ ପେପର ବାଲା..



Tuesday, 23 February 2016

ଦଶଟି ସର୍ବଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଗୀତ

ମୋ ପସନ୍ଦର ଦଶଟି ସର୍ବଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଗୀତ 

1. ମୟୁରୀ ଗୋ ତୁମ ଆକାଶେ ମୁଁ ବିନା ମହ୍ଲାରେ ମେଘ ସାଜିଲି 

କଣ୍ଠ: ମହମ୍ମଦ ରଫି
ସଂଗୀତ: ଶାନ୍ତନୁ ମହାପାତ୍ର
ଗୀତ: ଜୀବନାନନ୍ଦ ପାଣି
ଚଳଚ୍ଚିତ୍ର: ଅରୁନ୍ଧତୀ 










2. ହୃଦୟର ଏଇ ଶୁନ୍ୟତାକୁ, ଆଜି ପଚାରି ମୁଁ ଯେବେ ଶୁଣେ

କଣ୍ଠ: ଶେଖର ଘୋଷ
ସଂଗୀତ: ମୁସିର
ଗୀତ: ନିଜାମ
ଚଳଚ୍ଚିତ୍ର: ସମର ସଲିମ ସାଇମନ














3. ଯା ଯାରେ ଭାସି ଯା, ମନ ପବନ ନଉକା 

କଣ୍ଠ: ନିର୍ମଳା ମିଶ୍ର
ସଂଗୀତ: ଶାନ୍ତନୁ ମହାପାତ୍ର
ଗୀତ: ଶିବବ୍ରତ ଦାସ
ଚଳଚ୍ଚିତ୍ର: ଚିଲିକା ତୀରେ









4. ରୁପା ଶଗଡିରେ ସୁନା କନିଆ

କଣ୍ଠ: ମହମ୍ମଦ ଅଜିଜ
ସଂଗୀତ: ଅକ୍ଷୟ ମହାନ୍ତି
ଗୀତ: ଦେବଦାସ ଛୋଟରାୟ
ଚଳଚ୍ଚିତ୍ର: ଜଗା ହାତରେ ପଘା



5. ଏ ବନର ଛାଇ, ଯହିଁ ପ୍ରଥମ ପ୍ରେମ ସପନ, ଯାଇଛି ସତ ହୋଇ 

କଣ୍ଠ: ସୁମନ କଲ୍ୟାନପୁର, ଅମିତ କୁମାର 
ସଂଗୀତ: ଭୁବନ- ହରି
ଗୀତ: ଗୁରୁକୃଷ୍ଣ ଗୋସ୍ବାମୀ
ଚଳଚ୍ଚିତ୍ର: ଗପ ହେଲେବି ସତ











6. ଅଭିମାନିନୀ ଅମାନିଆ ଢ଼େଉ 

କଣ୍ଠ: ଆରତୀ ମୁଖାର୍ଜୀ  
ସଂଗୀତ: ରାଜୁ ମିଶ୍ର, ବିଭୁ
ଗୀତ: ସଚି ମହାନ୍ତି
ଚଳଚ୍ଚିତ୍ର: ଉଲକା














7. ଜୀବନର ସବୁ ଦେଇ, ଯା ପାଇଁ ରହିଲି ଚାହିଁ 

କଣ୍ଠ: ଇନ୍ଦ୍ରାଣୀ ମୁଖାର୍ଜୀ  
ସଂଗୀତ: ବାସୁଦେବ ରଥ
ଗୀତ: ଦିନବନ୍ଧୁ ରଥ
ଚଳଚ୍ଚିତ୍ର: କାବେରୀ














8. ଏମିତି ରାତି, ସେ ଯେ ଅଭୁଲା ସ୍ମୃତି

କଣ୍ଠ: ପ୍ରଣବ ପଟ୍ଟନାୟକ, ଭୁବନେଶ୍ବରୀ ମିଶ୍ର   
ସଂଗୀତ: ବାସୁଦେବ ରଥ
ଗୀତ: ବୃନ୍ଦାବନ ଜେନା 
ଚଳଚ୍ଚିତ୍ର: ସଉତୁଣୀ











9. ସ୍ମୃତି ଏକ ରୁପାଜହ୍ନ 

କଣ୍ଠ: ମହମ୍ମଦ ଅଜିଜ
ସଂଗୀତ: ଅକ୍ଷୟ ମହାନ୍ତି
ଗୀତ: ଦେବଦାସ ଛୋଟରାୟ
ଚଳଚ୍ଚିତ୍ର: ଚକା ଭଉଁରି










10. ମାଝିରେ

କଣ୍ଠ: ପ୍ରଣବ ପଟ୍ଟନାୟକ
ସଂଗୀତ: ପ୍ରଫୁଲ୍ଲ କର
ଗୀତ: ଶିବବ୍ରତ ଦାସ
ଚଳଚ୍ଚିତ୍ର: ଶେଷ ଶ୍ରାବଣ