ଫେସବୁକ୍, ଟ୍ୱିଟର, ହ୍ୱାଟସଆପ୍ ଆଦି ସୋସିଆଲ ମିଡ଼ିଆର କ୍ରେଜ ଏବେ ବହୁଳ ଭାବରେ ବଢି ଚାଲିଛି । ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ସମସ୍ତଙ୍କ ସହ ସମ୍ପର୍କ ବା ଯୋଗସୂତ୍ର ରଖିବାରେ ସୋସିଆଲ ମିଡ଼ିଆର ଗୁରୁତ୍ୱ କାହିଁ କେତେ ଅଧିକ । ନିଜର ଭାବନାକୁ ପରିପ୍ରକାଶ କରିବାର ବଳିଷ୍ଠ ମାଧ୍ୟମ ସାଜିଛି ଏଇ ସୋସିଆଲ ମିଡ଼ିଆ । ଆଜିକାଲି ସରକାରୀ ସ୍ତରରେ ମଧ୍ୟ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ହେଉଛି ସୂଚନା ଆଦାନପ୍ରଦାନ କରିବା ପାଇଁ । ସେ ରେଳ ବିଭାଗ ହେଉ ଅବା ବୈଦେଶିକ ବିଭାଗ, ସମସ୍ତେ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କ ଅସୁବିଧାକୁ ସମାଧାନ କରୁଛନ୍ତି । ବ୍ୟକ୍ତିଗତ ଅନୁଭବରୁ କହିଲେ, ଓଡ଼ିଶାର କଳା, ସଂସ୍କୃତିକୁ ସାରା ଦୁନିଆଁ ଆଗରେ ପହଞ୍ଚାଇବା ପାଇଁ ଆମେ କିଛି ଯୁବଗୋଷ୍ଟି ଟ୍ୱିଟରରେ ଉଦ୍ୟମ କରି ସଫଳ ମଧ୍ୟ ହୋଇଛୁ ।
ଏବେ ଆପଣ ପଚାରିବେ, ଯଦି ଏତେ ଭଲ ଭଲ କଥା ସବୁ ହେଉଛି, ତେବେ ଜିରାରୁ ଶିରା କାଢିଲା ପରି ଶୀର୍ଷକ "ଅସାମାଜିକ ମିଡ଼ିଆ" ଦେଇ ଏ ବ୍ଲଗ କାହିଁ ଲେଖୁଛ ?
ଗୋଟେ ଅନୁଭୂତି ଏଠି ବାଣ୍ଟି ତା' ପରେ ଶୀର୍ଷକ ଉପରକୁ ଆସିବି । କିଛିଦିନ ତଳେ ଚେନ୍ନାଇର ମୋ ପୂର୍ବ ଅଫିସରେ ବସି କିଛି କୋଡ୍ ଉପରେ ତର୍ଜମା ଚଳେଇଥିଲା ବେଳେ ମୋ ସହକର୍ମୀ ପଦ୍ମନାଭନ କହିଲା, "Saswat, Have you seen this news? One Security guard from your state Odisha has cleared IAS exam. He'll be posted in TN soon."
ତାମିଲ ପିଲାଙ୍କ ଠାରୁ ମୁଁ ଗୋଟେ କଥା ଶିଖିଛି, ସେମାନେ ଭାରି ସ୍ୱାଭିମାନୀ ଓ ନିଜ ଭାଷା, ସଂସ୍କୃତି ଏବଂ ବେଶଭୁଷାକୁ ନେଇ ଭାରି ଗର୍ବିତ । ଆମ ଓଡ଼ିଆ ମାନଙ୍କ କ୍ଷେତ୍ରରେ ଏସବୁ ଗୁଣ ପାଇବାର ସମ୍ଭାବନା ବହୁତ କମ । ପଦ୍ମନାଭନ ମୋ ଭଳି ଚାକିରୀ କରି ମଧ୍ୟ ନିଜ କର୍ମ ଜୀବନରୁ ସମୟ ବାହାର କରି ତାମିଲ ଭାଷାରେ website ଟିଏ ଚଳାଉଥିଲା । ବିଭିନ୍ନ ଜାଗାରୁ ଭଲ ଭଲ ଖବର ସଂଗ୍ରହ କରି ସେ ନିଜ website ରେ ତାମିଲ ଭାଷାରେ ଲେଖୁଥିଲା । ତେବେ ଏଇ IAS ବାଲା ଖବରଟା ନିଜ websiteରେ ଲେଖିବା ପାଇଁ ଟାଇପ କରୁଥିଲା ବେଳେ ମୁଁ କହିଲି, ପ୍ରଥମେ ଖବରଟିର ସତ୍ୟାସତ୍ୟ ପରଖି ନେବାକୁ । ଏହାର ଦୁଇଟି କାରଣ ଥିଲା - ପ୍ରଥମଟି ହେଲା, ମୁଁ ଟ୍ୱିଟରରେ follow କରୁଥିବା କୌଣସି ଆଞ୍ଚଳିକ ଓଡ଼ିଆ ଚ୍ୟାନେଲ କି ସାମ୍ବାଦିକ ଏ ଖବର ଉପରେ କୌଣସି ଟ୍ୱିଟ କରି ନଥିଲେ । ଆଉ ଦ୍ଵିତୀୟଟି ହେଲା, IAS ପରୀକ୍ଷା ଫଳ ଅନେକ ଦିନରୁ (ପ୍ରାୟ ଦୁଇ ମାସ ତଳୁ) ପ୍ରକାଶିତ ହୋଇ ସାରିଥିଲା ଏବଂ ଭାରତ ସରକାରଙ୍କ website ରେ ମଧ୍ୟ ଏମିତି କେହି ଜଣେ ସେ କହୁଥିବା ଓଡ଼ିଆ ବ୍ୟକ୍ତିର ନାଁ ନଥିଲା । ତେଣୁ ମୁଁ ପଦ୍ମନାଭନକୁ ମନାକଲି ଏମିତି "କାନକୁ ଭଲ ଶୁଭୁଥିବା କିନ୍ତୁ ମିଛ" ଖବରକୁ ନିଜ websiteରେ ନ ଛାପିବା ପାଇଁ ।
ଏହାର କିଛି ସମୟ ପରେ ଦେଖିଲି ମୋ ଫେସବୁକର TLରେ ସେଇ ଏକା ଖବରଟି କେହି ଜଣେ ପୋଷ୍ଟ କରିଛି । ପୋଷ୍ଟ କରିଥିବା ପିଲାଟି ହେଉଛି ମୋର ସାଙ୍ଗର ସାଙ୍ଗ । ଫେସବୁକରେ ଏମିତି ଅନେକ friend request ପାଇବା ଓ friend request କୁ accept କରିବା ଏକ ସାଧାରଣ କଥା । ସେ ପିଲାଟିକୁ ଯଦିଓ ମୁଁ ଅଳ୍ପେ ବହୁତେ ଜାଣିଥାଏ କିନ୍ତୁ ସେ ମୋର close friend ନୁହେଁ । ଖବରଟିକୁ ଆଉଟିକେ ବିସ୍ତାରିତ ଭାବରେ ଜାଣିବା ପାଇଁ ମୁଁ କିଛି ପ୍ରଶ୍ନ କରିଥିଲି ତାକୁ ସେହି ପୋଷ୍ଟରେ । ପରେ ଯାହା ଜାଣିଲି, ଗୋଟେ ବଡ IT କମ୍ପାନି ନିଜ employee ମାନଙ୍କୁ ଏ ଖବର email ରେ ପଠାଇଛି । ସେ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲା ଏ ଓଡିଆ ଯୁବକଟି । ନିଜ କମ୍ପାନୀର ସିକ୍ୟୁରିଟି ଗାର୍ଡ ଜଣେ IAS ହେବା ଗର୍ବର କଥାଟିଏ ନିଶ୍ଚୟ । କମ୍ପାନୀଟି ସେଥିପାଇଁ ସବୁ employee ମାନଙ୍କୁ mail ପଠେଇ ଖୁସି ଖବର ଜଣେଇ ଦେଇଛି । ଏହା ମଧ୍ୟରେ ପଦ୍ମନାଭନ ମଧ୍ୟ ତା ସାଙ୍ଗ ଠାରୁ ସେ e-mail ର କପିଟିଏ ଆଣି ସାରିଥିଲା ।
ସାଙ୍ଘାତିକ goof up !
ଯେହେତୁ ଗୋଟେ ପ୍ରାଇଭେଟ ସଫ୍ଟୱେର କମ୍ପାନୀର internal mail ରେ ଏ ଖବର ଆସିଛି, ତେଣୁ ଖବରର ସତ୍ୟାସତ୍ୟ ମିଳିବା କଷ୍ଟ । ଏମିତି ଡାହାମିଛ ଗୁଡାକ କେହି ଟିକେ ପରୀକ୍ଷା ନକରି ଯେମିତି accept କରି ଯାଉଛନ୍ତି ଦେଖି ଭାରି ବିରକ୍ତ ଲାଗିଲା । ଅଫିସ୍ ଟି କେମିତି ଚେକ୍ ନକରି mail ପଠାଉଛୁ! ତେଣୁ ମୁଁ ମୋ ବିରକ୍ତ ଭାବକୁ କାହାର ନାଁ ନ ନେଇ ଫେସବୁକରେ ଗୋଟେ micro blog ଆକାରରେ ପୋଷ୍ଟ କରିଦେଲି ।
ଏହାର କିଛି ସମୟ ମଧ୍ୟରେ ମୋର ସେ ଓଡ଼ିଆ ସାଙ୍ଗଟି ହଠାତ ମୋତେ ଫୋନ କରି ମନଇଚ୍ଛା ଗାଳି କରିଗଲା ଓ ତାପରେ ମୁଁ କିଛି କହିବା ପୂର୍ବରୁ ଫୋନ କାଟିଦେଲା । ପରେ ଦେଖିଲି ସେ ମୋତେ ଫେସବୁକର friend ଲିଷ୍ଟରୁ ବି କାଟି ଦେଇଛି । କିଛି ବୁଝି ହେଉ ନଥାଏ, ସେ ପିଲାଟି ଏମିତି ରାଗିବାର କାରଣ କଣ ! ଯଦିଓ ମୋର ପୋଷ୍ଟଟି କେବଳ ସେ IT କମ୍ପାନୀଟି ପାଇଁ ଉଦ୍ଦିଷ୍ଟ ଥିଲା ।
ଏବେ ଆସିବା ମୂଳ ବିଷୟ ଉପରକୁ । ସୋସିଆଲ ମିଡ଼ିଆରେ ମନଗଢ଼ା ଖବର ଓ fake ଫୋଟୋ ଆସିବା ଅତି ସାଧାରଣ ଘଟଣା ହୋଇ ଗଲାଣି । ସୋସିଆଲ ମିଡ଼ିଆରେ କେହିବି କିଛିବି ପୋଷ୍ଟ କରି ଦେଉଛନ୍ତି । ଯେହେତୁ ସେମିତି କିଛି regulation ନାହିଁ, ତେଣୁ ଏ ସାମାଜିକ ମିଡ଼ିଆ ଏବେ ଅସାମାଜିକ ମିଡ଼ିଆରେ ପରିଣତ ହୋଇଗଲାଣି । Mainstream ମିଡ଼ିଆରେ କିଛି ରେଗୁଲେସନ ଅଛି । କେହି ଭୁଲ ଖବର ନିଜ ଚ୍ୟାନେଲ କି ଖବରକାଗଜରେ ପ୍ରକାଶ କଲେ କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଯାଉଛି । ଏଇ କିଛି ଦିନ ତଳେ "ସମ୍ବାଦ" ନିଜ ଖବରକାଗଜରେ ଉଗ୍ରପନ୍ଥୀ ସ୍ଥାନରେ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ଫୋଟୋ ଭୁଲ କ୍ରମେ ଛାପି ଥିବାରୁ, ପରେ ନିଃସର୍ତ୍ତ କ୍ଷମା ପାର୍ଥନା କରି ନିଜ ଭୁଲ ସଂଶୋଧନ କରିଥିଲେ । ହେଲେ ସୋସିଆଲ ମିଡ଼ିଆରେ କୌଣସି ଖବର ବା ପୋଷ୍ଟ ଉପରେ ସେମିତି ବିଶେଷ କିଛି control ନଥାଏ । ଅନେକ ଲୋକ ଏକ ଉଦ୍ଭଟ ଚିନ୍ତାଧାରା ଭିତରେ ରହି ଏସବୁ ଫୋଟୋ ବା ପୋଷ୍ଟ ସବୁ କରନ୍ତି ସୋସିଆଲ ମିଡ଼ିଆରୁ like / share ଆଦି ଗୋଟେଇବା ପାଇଁ ।
ଏ ପରିସ୍ଥିତିରେ ଆମର ଏକ ଗୁରୁଦାୟିତ୍ୱ ଅଛି । ବରଂ ମୋ ଭଳି କୋଉ ସାଙ୍ଗଠାରୁ ଗାଳି ଖାଅ, କିନ୍ତୁ କୌଣସି ଖବରକୁ ଅନ୍ଧ ଭଳି like କି share କରିବା ପୂର୍ବରୁ ତାହାର ସତ୍ୟାସତ୍ୟ ନିଶ୍ଚୟ ପରଖି ନିଅ । କୌଣସି ଖବର ବା ପୋଷ୍ଟର ସତ୍ୟାସତ୍ୟ ବିଷୟରେ ନିଶ୍ଚିତ ନ ହୋଇ କୌଣସି ପୋଷ୍ଟକୁ ସେୟାର କରନି। ଯଦି କିଛି ପୋଷ୍ଟ ଉପରେ ସନ୍ଦେହ ସୃଷ୍ଟି ହେଉଛି ତେବେ ଗୁଗୁଲ୍ ରେ ସର୍ଚ୍ଚ କରି ସତ୍ୟାସତ୍ୟ ଟିକେ ଜାଣିନିଅ ।