ଆରେ ଇଏ ତ ପେପର ବାଲାର ଫୋଟୋ !!
କିଏ ଯେମିତି ପିଲାଦିନର ସ୍ମୃତି ସବୁ ହଠାତ ଉଖୁରେଇ ଦେଲା । ଫେସବୁକରେ ଗାଁ ସାଙ୍ଗ ଜଣେ ଫୋଟୋଟିଏ ପୋଷ୍ଟ କରିଥାଏ "ଧର୍ମଶାଳା ଅଞ୍ଚଳର ବରିଷ୍ଠ ହକର ବସନ୍ତ ବାରିକ ସମ୍ମାନିତ" ଲେଖା ସହ । ବସନ୍ତ ବାରିକ ତାଙ୍କ ନାଁ । ବାପା ବି କେତେଥର ତାଙ୍କୁ ବସନ୍ତ ବୋଲି ଡାକିଥିବାର ମୁଁ ଶୁଣିଛି । ହେଲେ ସେଇଟା ତାଙ୍କର ପରିଚୟ ନଥିଲା । ଆମପାଇଁ ତାଙ୍କ ପରିଚୟ ଥିଲା - ପେପର ବାଲା ।
ଆଖପାଖର ପ୍ରାୟ ପଚାଶ ଖଣ୍ଡ ଗାଁ'ରେ ତାଙ୍କର ସେହି ପରିଚୟ ଥିଲା.. ପେପର ବାଲା । ଶନିବାର ସକାଳେ ସ୍କୁଲ ଗଲାବେଳେ ଆମେ ତାଙ୍କୁ ଦେଖୁ ସାଇକେଲ ଚଢି ଯିବାର । ଧୋତି ସହ ଫିକା କୁର୍ତ୍ତା, କାନ୍ଧରେ ନାଲି ଗାମୁଛା । ସାଇକେଲର ଦୁଇ ହ୍ୟାଣ୍ଡଲରେ ଦୁଇ ତିନୋଟି କପଡା ବ୍ୟାଗ । ପତଳା ଶରୀର, ସାବନା ରଙ୍ଗର ଦେହ । ଖରାତରାରେ ବୁଲିବୁଲି ଚୁଟି ସବୁ ହୋଇଯାଇଥାଏ ନୁଖୁରା ।
(Source: google image search)
ତାଙ୍କ ଘର ଆମ ଗାଁ ଠାରୁ ଆଠ ଦଶ ଖଣ୍ଡ ଗାଁ ପଛକୁ ଥାଏ । ସକାଳୁ ସକାଳୁ ସାଇକେଲ ଚଢି ସେ ଯାଆନ୍ତି ଗାଁ ଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଥିବା ଜାରକା ଛକକୁ । କଟକରୁ ବାଲେଶ୍ଵର ପର୍ଯ୍ୟନ୍ତ ଲମ୍ବିଥିବା ଜାତୀୟ ରାଜପଥର କଡ଼ରେ ଗଢି ଉଠିଥାଏ ଏ ଛୋଟ ବଜାର ବା ଛକଟି । ବାଜପେୟୀଙ୍କ ଚାରି ଲେନ ରାସ୍ତା ହେବା ପୂର୍ବରୁ ଏଠି ଥିଲା ରାସ୍ତାର ଦୁଇ ପାର୍ଶ୍ଵରେ ଦୁଇଟି ବର ଓ ଓସ୍ତ(ଅଶ୍ୱତଥ) ଗଛ । ଓସ୍ତ ଗଛ ତଳେ ସିମେଣ୍ଟର ତିଆରି ଚାନ୍ଦିନୀ ଆଉ ତାକୁ ଲାଗିକି କିଛି ରିକ୍ସା । ରାସ୍ତାର ଅପର ପାର୍ଶ୍ଵରେ ବରଗଛ, କିଛି ପାନ ଦୋକାନ ଓ ସିନେମା ହଲର ପୋଷ୍ଟର ଲଗାଥିବା ଦୁଇଟି ବଡ଼ ବାଉଁଶ ଖୁଣ୍ଟ । ଏଇ ବାଉଁଶ ଖୁଣ୍ଟ କଡରେ ସକାଳୁ କଟକ ଆଡୁ ଆସୁଥିବା ବସ ଦେଇଯାଆନ୍ତି ଖବରକାଗଜ । ସମାଜ, ପ୍ରଜାତନ୍ତ୍ର, ପ୍ରଗତିବାଦୀ, ମାତୃଭାଷା.. । ଖବରକାଗଜ ସବୁକୁ ସେଇ ଫିଲ୍ମ ପୋଷ୍ଟରର ଖୁଣ୍ଟ ତଳେ ସଜାଡି ଅଲଗା ଅଲଗା ବ୍ୟାଗରେ ସେ ରଖନ୍ତି । ଆଉ କିଛି ଖବରକାଗଜକୁ ଜରିରେ ଗୁଡେଇ ସାଇକେଲ ପଛରେ ବାନ୍ଧିଦେଇ ସେ ଚାଲନ୍ତି । ଆରମ୍ଭ ହୁଏ ପେପର ବାଣ୍ଟିବା । ଘର ପରେ ଘର, ଦୋକାନ ପରେ ଦୋକାନ, ଅଫିସ ପରେ ଅଫିସ, ଛକ ପରେ ଛକ, ଗାଁ ପରେ ଗାଁ । ସାଇକେଲ ଗଡୁଥାଏ ଆଉ ଗଡୁଥାଏ ସମୟ ।
ପିଲାଦିନେ ଚାରିଟା ବେଳେ ସ୍କୁଲରୁ ଫେରି ପଖାଳ ଖାଇଦେଇ ଆମେ ଦଉଡି ଯାଉଥିଲୁ ଗାଁ ଦାଣ୍ଡକୁ । ଗାଁ ସାଙ୍ଗ ମାନଙ୍କ ସହ ମାତି ଯାଉଥିଲୁ ଖେଳରେ । କ୍ରିକେଟ, ଲୁଚକାଳି, ବାସ୍କେଟବଲ.. ଓ ଆହୁରି କେତେ ନାଁ ନଥିବା ଖେଳ ସବୁ । ଅପରାହ୍ନର ଏଇ ସମୟଟା ଥିଲା ଆମର । କେହିବି ଏ ସମୟଟା ଆମଠାରୁ ଛଡେଇ ନିଅନ୍ତିନି । ହାଟ ସଉଦା ହେଉ କି ଘରର ଅନ୍ୟକିଛି ଛୋଟମୋଟ କାମ । ଏଇ ସମୟରେ ଖେଳ ଛାଡି ଆମେ କୁଆଡେ ବି ଯାଉନଥିଲୁ । ଠିକ ଏଇ ସମୟରେ ସେ ଆସନ୍ତି । ନାଲି ମୋରମ ରାସ୍ତାରେ ସାଇକେଲ ଗଡେଇ । ତାଙ୍କୁ ଦେଖିଦେଲେ ଆମେ ଦଉଡିଯାଉ "ହେଇ ପେପରବାଲା ଆସିଲା" କହି । ସିଏ ବଢେଇ ଦିଅନ୍ତି ପ୍ରଜାତନ୍ତ୍ର ଖବରକାଗଜଟିଏ । ଯଦିଓ ସେ ସମୟରେ ଖବରକାଗଜ ପଢିବାରେ ଆମର ଟିକେ ବି ରୁଚି ନଥିଲା । କ୍ରମେ ଆମର ବି ଖବରକାଗଜ ସହ ସୃଷ୍ଟି ହେଲା ଏକ ଲମ୍ବା ସମ୍ପର୍କ । ଆରମ୍ଭ ହେଲା ଏ ସମ୍ପର୍କ ପ୍ରଜାତନ୍ତ ସାପ୍ତାହିକୀର ମିନାବଜାର ପୃଷ୍ଠାରୁ । ବିନ୍ଦୁ ଯୋଡ଼, ରଙ୍ଗ ଦିଅ, ଗଳ୍ପ, କବିତା ସହ ଆମର ବଢିଲା ଖବରକାଗଜ ସହ ଏକ ନିଆରା ସମ୍ପର୍କ । ଶିଶୁ ବିଭାଗରୁ ଖେଳ ପୃଷ୍ଠା, ପରେ ଫିଲ୍ମ ବିଭାଗ, ମୁଖ୍ୟ ପୃଷ୍ଠା ଓ ଶେଷରେ ସମ୍ପାଦକୀୟ ।
ସମୟ ଗଡି ଚାଲିଲା । ସନ୍ଧ୍ୟାରେ ଆସୁଥିବା ଖବରକାଗଜ ଆସି ପହଂଚିଲା ସକାଳେ । କଳାଧଳାରୁ ଖବରକାଗଜ ହେଲା ରଙ୍ଗିନ । ପୃଷ୍ଠା ସଂଖ୍ୟା ବଢିଲା । ଅନେକ ନୁଆ ନୁଆ ଖବରକାଗଜ ସହ ଇଂରାଜୀ ଖବର କାଗଜ ବି ଆସି ପହଞ୍ଚିଲା ଗାଁ'ରେ । ଖବରକାଗଜ ବାଣ୍ଟିବାରେ ବି ଆରମ୍ଭ ହେଲା ପ୍ରତିଯୋଗିତା । ଯିଏ ଯେତେ ସକାଳୁ ଖବରକାଗଜ ଆଣି ଗାଁ'ରେ ବାଣ୍ଟି ପାରିଲା ସିଏ ହୋଇଗଲା ନୁଆ ପେପରବାଲା । ଆମେ ବି କ୍ରମେ ଭୁଲିଗଲୁ ଆମର ସେ ପୁରୁଣା ପେପରବାଲାକୁ..
ସ୍କୁଲ ପରେ କଲେଜ, କଲେଜ ପରେ ଚାକିରୀ ଜୀବନ । ଗାଁ'ରୁ ସହର, ସହରରୁ ବଦଳିଲା ରାଜ୍ୟ । ଏବେ ସକାଳୁ କବାଟ ଖୋଲିଲେ ପେପରବାଲା ପକେଇ ଦେଇ ଯାଇଥିବ Times of India ର ହାଇଦ୍ରାବାଦ ସଂସ୍କରଣ । ଓଡ଼ିଆ ଖବରକାଗଜ ପ୍ରଜାତନ୍ତ୍ର ଆଉ ନାହିଁ । କମ୍ପ୍ୟୁଟରରେ ଅନଲାଇନରେ ପଢାହେଉଛି Sambad epaper.
ବ୍ୟସ୍ତ ଜୀବନ ଭିତରେ ଆଉ ମନେ ପଡୁନି ସେ ଗାଁ ରାସ୍ତା, ସାଇକେଲରେ ଆସୁଥିବା ଧୋତି ପିନ୍ଧା ଲୋକଟି । ଖବରକାଗଜ ସହ ଆମକୁ ଯୋଡିଦେଇଥିବା ଆମର ସେ ପେପର ବାଲା..