( ଲେଖକ : ପଣ୍ଡିତ ଗୋଦାବରିଶ ମିଶ୍ର )
ଭଲ କରି ନାଆ ବୁହା ରେ ନାଉରି
ଝିଅକୁ ମାଡ଼ୁଛି ଡର,
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ
ଝିଅ ଯିବ ଶାଶୂଘର ||
ଭଲ କରି ନାଆ ବାହୁଛି ନାଉରି
ତଲେଇ କରିଛି ଠିଆ,
ମାମୁଁ ଭଣଜା ର କୋଣରୁ ଆସେ ଲୋ
ବହି ସୁଲୁସୁଲୁ ବାଆ ||
ଦିନ ଦଶଘଡ଼ି ହେଲାଣିଟି ଆସି
ଖରା ମାରେ ଚାଇଁ ଚାଇଁ,
ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ
ବେଳ ତ ପାଇବ ନାହିଁ ||
ନାଉରି ବାପୁଡ଼ା କାତ ମାରୁଅଛି
ଉଦାସେ ଗାଉଛି ଗୀତ,
ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ
ଜଣା ନ ପଡ଼ଇ ବାଟ ||
ମାଆ ଭଉଣୀଙ୍କୁ ସାଥୀ ସଙ୍ଗାତଙ୍କୁ
ଝିଅ ଯେ ଆସିଛି ଛାଡ଼ି,
ନାଆରେ ବସି ସେ ତାଙ୍କରି କଥା ଲୋ
ହୁଏ ନିରନ୍ତରେ ଭାଳି ||
ମାଆ ଭଉଣୀଏ, ସାଥୀ ସଙ୍ଗାତେ ସେ
ରହିଲେ ଦୂରସ୍ଥେ କାହିଁ,
ପରତେ ନୋହୁଛି ଆଉ କି ଦିନେ ଲୋ
ଫେରି ସେ ଦେଖିବ ଯାଇ !
ନାଆ ଚାଲିଅଛି ପବନ ସମାନେ
ମୁହୂର୍ତ୍ତେ ନ ହୁଏ ଥୟ,
ଚିହ୍ନା ଯେତେ ତାର ବଣ ପାହାଡ଼ ଲୋ
ଅନାଇ ଦେଖନ୍ତା ଝିଅ ||
ଘଣ୍ଟଶିଳା ଶିଖେ ଚାହିଁ ସେ କହନ୍ତା
ଦିଅରେ ମେଲାଣି ମୋତେ,
ଭେଟ ଆଉ ଦିନେ ନୋହିବ ଜୀବନେ
ଯାଉଛି ଘୋର ବନସ୍ତେ ||
ଶାଳିଆ ନଈ ତା’ ନିତିଦିନ ସାଥୀ
ସୁଖେ ସେ ବୁଲଇ କୂଳେ,
ବେଳେ ସୁଏ ତା’ର ସ୍ନାହାନ ସାରି ଲୋ
ହସି ଲେଉଟଇ ଘରେ ||
କାଳି ଅନ୍ଧାରୁଁ ସେ ଚାଲି ଯେ ଅଇଲା
ଦେଖି ତ ନାହିଁଛି ତାକୁ,
ଭାରି ଖ୍ୟାତ ନଈ, ନାଆଁଟି ତା’ର ଲୋ
ତିନି କୋଡ଼ି କୋଶେ ଡାକୁ ||
ମାଆ ଭଗବତୀ ପୀଠ କୂଳେ ତା’ର
ଜଗତତାରିଣୀ ନାଆଁ,
ଡାକି କହିଥାନ୍ତି, ନୋହିଲାଆଉ ଲୋ
ସାହା ମୋ ଥିବୁଟି ମାଆ ||
ନାଆ ଆସି ହେଲା ଦଣ୍ଡକେ ପ୍ରବେଶ
ଚଢ଼େଇହଗା ପାହାଡ଼େ,
ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋ
ରହିଲା ଶାଳିଆ ଦୂରେ ||
ଚାହୁଁ ଚାହୁଁ ଆସି ଛୁଇଁଲାତ ନାଆ
ଗଣ୍ଡ ତଡ଼ କଳା ପାଣି,
ଝରେ ଝିଅ ଦୁଇ ଆଖିରୁ ଲୁହ ଲୋ
ତିନ୍ତେ ପିନ୍ଧା ଛିଟ କାନି ||
ପାରିକୁଦ ବୋଲି ରାଇଜ ପୁଣି ସେ
ଚିଲିକା ମଝିରେ କାହିଁ,
କେମନ୍ତେ ମୂର୍ଛିଲ ଝିଅକୁ ବାପା ହେ
ଏତେ ଦୂରେ ଦେବା ପାଇଁ ?
ବର ବୋଲି ଯାର ଧରାଇଲ ହାତ
କି ତା’ର ଦେଖିଲ ଶିରୀ ?
ରୂପ ବିଦ୍ୟା ଆଉ ବିଭବ ବାପା ହେ
ତିହ୍ନିଏ ତିହ୍ନିକି ବଳି ||
ମହୀମଣ୍ଡଳେ ତ ନଥିବ କେ କାହିଁ
ମୋ ଭଳି ନିରେଖ ଜନ,
ଏ ମହାସମୁଦ୍ର ମଝିରେ ବାପା ହେ
କେମନ୍ତେ ବଞ୍ଚିବି ଦିନ ?
ଏଡ଼େ ହୀନିମାନ କରିବାକୁ ଯେବେ
ମନରେ ଥିଲା ବିଚାର,
ଏନ୍ତୁଡ଼ିଶାଳେ ଟି କି ପାଇଁ ବାପା ହେ
ତଣ୍ଟି ଚିପି ନ ମାରିଲ ?
ଝିଅକୁ ନିଶ୍ଚିନ୍ତେ ଦେଇଛ ପଠାଇ
ବନସ୍ତ କୁ ଜାଣୁ ଜାଣୁ,
କପାଳ ଆଦରି ଯାଉଛି, ବୋଉ ଲୋ,
ପାସୋରି ନ ଦେବୁ ମନୁଁ ||
ନାଆ ଉଡ଼ିଯାଏ ପବନ ସମାନେ
ନାହିଁ କ୍ଷଣେ ହୁଏ ଥୟ,
ଝିଅ ବସିଅଛି ତୁନିଟି ହୋଇ ଲୋ
ନେତ୍ରୁ ବୋହିଯାଏ ଲୁହ ||
ନାଆ ଚାଲିଅଛି ପବନ ସମାନେ
ନ ମାନେ ପାଣି ପଥର,
ତୁନି ହୁଅ ଜାଇ ନ କାନ୍ଦ ଆଉ ଲୋ
ଏଇ ଦିଶିଲାଣି ଗଡ଼ ||
ଏତେ ବୋଲି ବାପା ଝିଅ ର ଆଖିରୁ
ଦେଲେ ଲୁହଧାର ପୋଛି,
ଯେତେ ପରି ତାକୁ ବୁଝାନ୍ତି ବସି ଲୋ,
ଜାଇ ବୁଝୁ ନାହିଁ କିଛି ||
‘ଭଲ କରି ନାଆ ବୁହା ରେ ନାଉରି
ଝିଅକୁ ମାଡ଼ୁଛି ଡର,
ଏତେ କାଳେ ଜାଇ ନାଆରେ ବସିଛି
ଯିବ ବୋଲି ଶାଶୂ ଘର ||
ଭଲ କରି ନାଆ ବାହୁଛି ନାଉରି,
ଭିଡ଼ି ମାରୁଅଛି କାତ,
ସୁଲୁ ସୁଲୁ ବାଆ ବୋହି ଆସୁଛି ଲୋ
ଜଣା ନ ପଡ଼ଇ ବାଟ ||
ନାଆ ଭାସି ଆସି ଦଣ୍ଡକ ଭିତରେ
ମଝି ଗଣ୍ଡେ ହେଲା ଯାଇ,
ଥିର ହୋଇ ହେଲା ନାଉରି ଠିଆ ଲୋ
କାତ ଆଉ ପାଉ ନାହିଁ ||
ଭାଲେରି-ଶିଖାରୁ କଳା ମେଘ ଖଣ୍ଡେ
ଉଠେଇ ଆସିଲା କାହୁଁ,
ଲୁଚିଗଲେ ତହିଁ ସୂର୍ଯ୍ୟ ଦେବତା ଲୋ
ଖରା ନପଡ଼ଇ ଆଉ ||
ମାଡ଼ି ଆସୁଅଛି ଅତି ବେଗେ ମେଘ
ଜଟିଆ ନାସିକ ଧରି,
ବରଷା ବତାଷି ଗରଜୁ ଅଛି ଲୋ
ଦିନ ଦିଶେ ରାତି ପରି ||
ନାଆ ପଡ଼ିଅଛି ମଝି ଗଣ୍ଡେ ଆସି,
ବୁଡ଼ିଯିବ ହାତୀ ଛତି,
ଟଳମଳ ହୋଇ ଟଳୁଛି ନାଆ ଲୋ,
ନାଉରିର ବଡ଼ ଭୀତି ||
‘ଭଲ କରି ବେଗେ ବୁହାରେ ନାଉରି
ନାଆ ହେଲା ଟଳମଳ,
ବରଷା ବତାଷି ଗରଜି ଆସୁଛି,
ଝିଅକୁ ମାଡ଼ୁଛି ଡର ||
ବରଷା ବତାଷି ଗରଜି ଆସିଲା
ନାଆ ନୁହେଁ ଥୟ କରି,
ଏକା ପବନକେ ପାହାଡ଼େ ଯାଇ ଲୋ
ପିଟି ହୋଇଗଲା ଚୂରି ||
ମେଘ ଚାଲିଗଲା ମେଘର ବାଟେ ସେ
ବତାସି ହୋଇଲା ଥିର,
ପଡ଼ିଗଲା ଖରା ନିର୍ମଳହୋଇ ଲୋ
ପାଣି ହୁଏ କଳ କଳ ||
ବାପା ପଚାରନ୍ତି ଖୋଜି ନାଉରିରେ
ଝିଅ ମୋର ଗଲା କାହିଁ,
ବୁଜି ଆଖି ଠିଆ ନାଉରି ନିଜେ ଲୋ
ତୁଣ୍ଡ ତା’ ଫିଟଇ ନାହିଁ ||
ଚିଲିକା ପାଣିରେ ଦୋଳୁଛି ଲହରୀ,
ବୋହୁଛି ଶୀତଳ ବାଆ,
ସୋରି ସୋରି ଖରା ଜଳି ଯାଉଛି ଲୋ,
ଖେଳୁଛି ସହସ୍ର ନାଆ ||
ପାହାଡ଼ ଚଢ଼େଇ ଉଡ଼ୁଅଛି ରାବି
ମନେ କି ଅଛି ତା’ ଧୋକା,
ପାଣି ତଳେ ଛାଇ ବୁଲି ଯାଉଛି ଲୋ
ଜାଇଟି ନାହିଁକି ଏକା ||
ବାପା ଫେରି ଆସି ବୋଉଙ୍କ ଆଗରେ
କଥା ନ ପାରନ୍ତି କହି,
ଆର ଦିନ ପୁଣି ନାଉରି ଗଲା ଲୋ
ନାଆ ସେହି ବାଟେ ବାହି ||
କେତେ ଶ ବରଷ ହେଲାଣି ସେଦିନୁଁ
ଗଣି କି କହିବ କିଏ
ନାହିଁ କିଛି ଆଉ ସେକାଳ କଥା ଲୋ
ଜାଇ ରହିଅଛି ଜୀଏ ||
ବାଲୁଁ ଗାଆଁ କୂଳୁଁ ନାଆ ଗଲାବେଳେ
ପାରିକୁଦ ଗଡ଼ଠାକୁ,
ପାହାଡ଼ ସମୀପେ ମଣିଷ ତୁଣ୍ଡଲୋ,
ଶୁଣାଯାଏ କାହାକୁ ?
ବରଷା ବତାଷି ଚିଲିକାରେ ଆଉ
ହୁଏ ନାହିଁ ତେଡ଼େ ଭଳି,
ଆପଦେ ବିପଦେ ଜଣା ପଡ଼ଇ ଲୋ
ସାହା କିଏ ଥିଲା ପରି ||
ନାଉରି କେଉଟ ପାହାଡ଼ ବାଟେ ତା’
ନାଆ ନେଇ ଗଲାବେଳେ,
କାମେ ଆପଣାର ଶୁଭ ମନାସି ଲୋ
ଜୁହାର କରଇ ଥରେ ||
ତୋଳିଲେ ପାହାଡ଼ ଶିଖେ କାଳେ ଭକ୍ତେ
ସୁନ୍ଦର ଦେଉଳଟିଏ,
ସେ ଦେଉଳେ ପୁଣି ସମୁଦ୍ରେ ସତେ ଲୋ,
ରହିବ ଦେବତା କିଏ ||
ସୂର୍ଯ୍ୟ ବୁଡ଼ିଗଲେ, ନିଶବ୍ଦ ଯେବେ
ହୁଏ ସବୁ ସଞ୍ଜବେଳେ,
ଏକାହୋଇ ଜାଇ, ଲୋକେ କହନ୍ତି ଲୋ
ବୁଲୁ ଯେ ଥାଏ ପାହାଡ଼େ ||
ନେତ୍ରୁଁ ବୋହୁଥାଏ ଲୁହ ଦୁଇ ଧାର
ଶୁଖି ଯାଇଥାଏ ମୁହଁ,
ହେଲେ ଠାରି ହାତ କାନ୍ଦି କାହାକୁ ଲୋ
ନିବର୍ତ୍ତାଇ କରେ ଥୟ ||
ସେ ଯୋଗେ ନୋହୁଛି କାଳିଜାଇ ଗଣ୍ଡେ
ଏଡ଼େ ଆଉ ଝଡ଼ ବାଆ,
ତହିଁ ବୁଡ଼ିବାର ଶୁଣା ନ ଯାଏ ଲୋ
ଯହିଁ ଯେତେ ବୁଡ଼ୁ ନାଆ ||
କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା
କୋଟି କୋଟି ଦଣ୍ଡବତ,
ପାହାଡ଼ର ନାଆଁ ରାଇଜେ ଖ୍ୟାତ ଲୋ
କାଳିଜାଇ ପରବତ ||
****** ****** *******
ଭଲ କରି ନାଆ ବୁହା ରେ ନାଉରି
ଝିଅକୁ ମାଡ଼ୁଛି ଡର,
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ
ଝିଅ ଯିବ ଶାଶୂଘର ||
ଭଲ କରି ନାଆ ବାହୁଛି ନାଉରି
ତଲେଇ କରିଛି ଠିଆ,
ମାମୁଁ ଭଣଜା ର କୋଣରୁ ଆସେ ଲୋ
ବହି ସୁଲୁସୁଲୁ ବାଆ ||
ଦିନ ଦଶଘଡ଼ି ହେଲାଣିଟି ଆସି
ଖରା ମାରେ ଚାଇଁ ଚାଇଁ,
ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ
ବେଳ ତ ପାଇବ ନାହିଁ ||
ନାଉରି ବାପୁଡ଼ା କାତ ମାରୁଅଛି
ଉଦାସେ ଗାଉଛି ଗୀତ,
ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ
ଜଣା ନ ପଡ଼ଇ ବାଟ ||
ମାଆ ଭଉଣୀଙ୍କୁ ସାଥୀ ସଙ୍ଗାତଙ୍କୁ
ଝିଅ ଯେ ଆସିଛି ଛାଡ଼ି,
ନାଆରେ ବସି ସେ ତାଙ୍କରି କଥା ଲୋ
ହୁଏ ନିରନ୍ତରେ ଭାଳି ||
ମାଆ ଭଉଣୀଏ, ସାଥୀ ସଙ୍ଗାତେ ସେ
ରହିଲେ ଦୂରସ୍ଥେ କାହିଁ,
ପରତେ ନୋହୁଛି ଆଉ କି ଦିନେ ଲୋ
ଫେରି ସେ ଦେଖିବ ଯାଇ !
ନାଆ ଚାଲିଅଛି ପବନ ସମାନେ
ମୁହୂର୍ତ୍ତେ ନ ହୁଏ ଥୟ,
ଚିହ୍ନା ଯେତେ ତାର ବଣ ପାହାଡ଼ ଲୋ
ଅନାଇ ଦେଖନ୍ତା ଝିଅ ||
ଘଣ୍ଟଶିଳା ଶିଖେ ଚାହିଁ ସେ କହନ୍ତା
ଦିଅରେ ମେଲାଣି ମୋତେ,
ଭେଟ ଆଉ ଦିନେ ନୋହିବ ଜୀବନେ
ଯାଉଛି ଘୋର ବନସ୍ତେ ||
ଶାଳିଆ ନଈ ତା’ ନିତିଦିନ ସାଥୀ
ସୁଖେ ସେ ବୁଲଇ କୂଳେ,
ବେଳେ ସୁଏ ତା’ର ସ୍ନାହାନ ସାରି ଲୋ
ହସି ଲେଉଟଇ ଘରେ ||
କାଳି ଅନ୍ଧାରୁଁ ସେ ଚାଲି ଯେ ଅଇଲା
ଦେଖି ତ ନାହିଁଛି ତାକୁ,
ଭାରି ଖ୍ୟାତ ନଈ, ନାଆଁଟି ତା’ର ଲୋ
ତିନି କୋଡ଼ି କୋଶେ ଡାକୁ ||
ମାଆ ଭଗବତୀ ପୀଠ କୂଳେ ତା’ର
ଜଗତତାରିଣୀ ନାଆଁ,
ଡାକି କହିଥାନ୍ତି, ନୋହିଲାଆଉ ଲୋ
ସାହା ମୋ ଥିବୁଟି ମାଆ ||
ନାଆ ଆସି ହେଲା ଦଣ୍ଡକେ ପ୍ରବେଶ
ଚଢ଼େଇହଗା ପାହାଡ଼େ,
ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋ
ରହିଲା ଶାଳିଆ ଦୂରେ ||
ଚାହୁଁ ଚାହୁଁ ଆସି ଛୁଇଁଲାତ ନାଆ
ଗଣ୍ଡ ତଡ଼ କଳା ପାଣି,
ଝରେ ଝିଅ ଦୁଇ ଆଖିରୁ ଲୁହ ଲୋ
ତିନ୍ତେ ପିନ୍ଧା ଛିଟ କାନି ||
ପାରିକୁଦ ବୋଲି ରାଇଜ ପୁଣି ସେ
ଚିଲିକା ମଝିରେ କାହିଁ,
କେମନ୍ତେ ମୂର୍ଛିଲ ଝିଅକୁ ବାପା ହେ
ଏତେ ଦୂରେ ଦେବା ପାଇଁ ?
ବର ବୋଲି ଯାର ଧରାଇଲ ହାତ
କି ତା’ର ଦେଖିଲ ଶିରୀ ?
ରୂପ ବିଦ୍ୟା ଆଉ ବିଭବ ବାପା ହେ
ତିହ୍ନିଏ ତିହ୍ନିକି ବଳି ||
ମହୀମଣ୍ଡଳେ ତ ନଥିବ କେ କାହିଁ
ମୋ ଭଳି ନିରେଖ ଜନ,
ଏ ମହାସମୁଦ୍ର ମଝିରେ ବାପା ହେ
କେମନ୍ତେ ବଞ୍ଚିବି ଦିନ ?
ଏଡ଼େ ହୀନିମାନ କରିବାକୁ ଯେବେ
ମନରେ ଥିଲା ବିଚାର,
ଏନ୍ତୁଡ଼ିଶାଳେ ଟି କି ପାଇଁ ବାପା ହେ
ତଣ୍ଟି ଚିପି ନ ମାରିଲ ?
ଝିଅକୁ ନିଶ୍ଚିନ୍ତେ ଦେଇଛ ପଠାଇ
ବନସ୍ତ କୁ ଜାଣୁ ଜାଣୁ,
କପାଳ ଆଦରି ଯାଉଛି, ବୋଉ ଲୋ,
ପାସୋରି ନ ଦେବୁ ମନୁଁ ||
ନାଆ ଉଡ଼ିଯାଏ ପବନ ସମାନେ
ନାହିଁ କ୍ଷଣେ ହୁଏ ଥୟ,
ଝିଅ ବସିଅଛି ତୁନିଟି ହୋଇ ଲୋ
ନେତ୍ରୁ ବୋହିଯାଏ ଲୁହ ||
ନାଆ ଚାଲିଅଛି ପବନ ସମାନେ
ନ ମାନେ ପାଣି ପଥର,
ତୁନି ହୁଅ ଜାଇ ନ କାନ୍ଦ ଆଉ ଲୋ
ଏଇ ଦିଶିଲାଣି ଗଡ଼ ||
ଏତେ ବୋଲି ବାପା ଝିଅ ର ଆଖିରୁ
ଦେଲେ ଲୁହଧାର ପୋଛି,
ଯେତେ ପରି ତାକୁ ବୁଝାନ୍ତି ବସି ଲୋ,
ଜାଇ ବୁଝୁ ନାହିଁ କିଛି ||
‘ଭଲ କରି ନାଆ ବୁହା ରେ ନାଉରି
ଝିଅକୁ ମାଡ଼ୁଛି ଡର,
ଏତେ କାଳେ ଜାଇ ନାଆରେ ବସିଛି
ଯିବ ବୋଲି ଶାଶୂ ଘର ||
ଭଲ କରି ନାଆ ବାହୁଛି ନାଉରି,
ଭିଡ଼ି ମାରୁଅଛି କାତ,
ସୁଲୁ ସୁଲୁ ବାଆ ବୋହି ଆସୁଛି ଲୋ
ଜଣା ନ ପଡ଼ଇ ବାଟ ||
ନାଆ ଭାସି ଆସି ଦଣ୍ଡକ ଭିତରେ
ମଝି ଗଣ୍ଡେ ହେଲା ଯାଇ,
ଥିର ହୋଇ ହେଲା ନାଉରି ଠିଆ ଲୋ
କାତ ଆଉ ପାଉ ନାହିଁ ||
ଭାଲେରି-ଶିଖାରୁ କଳା ମେଘ ଖଣ୍ଡେ
ଉଠେଇ ଆସିଲା କାହୁଁ,
ଲୁଚିଗଲେ ତହିଁ ସୂର୍ଯ୍ୟ ଦେବତା ଲୋ
ଖରା ନପଡ଼ଇ ଆଉ ||
ମାଡ଼ି ଆସୁଅଛି ଅତି ବେଗେ ମେଘ
ଜଟିଆ ନାସିକ ଧରି,
ବରଷା ବତାଷି ଗରଜୁ ଅଛି ଲୋ
ଦିନ ଦିଶେ ରାତି ପରି ||
ନାଆ ପଡ଼ିଅଛି ମଝି ଗଣ୍ଡେ ଆସି,
ବୁଡ଼ିଯିବ ହାତୀ ଛତି,
ଟଳମଳ ହୋଇ ଟଳୁଛି ନାଆ ଲୋ,
ନାଉରିର ବଡ଼ ଭୀତି ||
‘ଭଲ କରି ବେଗେ ବୁହାରେ ନାଉରି
ନାଆ ହେଲା ଟଳମଳ,
ବରଷା ବତାଷି ଗରଜି ଆସୁଛି,
ଝିଅକୁ ମାଡ଼ୁଛି ଡର ||
ବରଷା ବତାଷି ଗରଜି ଆସିଲା
ନାଆ ନୁହେଁ ଥୟ କରି,
ଏକା ପବନକେ ପାହାଡ଼େ ଯାଇ ଲୋ
ପିଟି ହୋଇଗଲା ଚୂରି ||
ମେଘ ଚାଲିଗଲା ମେଘର ବାଟେ ସେ
ବତାସି ହୋଇଲା ଥିର,
ପଡ଼ିଗଲା ଖରା ନିର୍ମଳହୋଇ ଲୋ
ପାଣି ହୁଏ କଳ କଳ ||
ବାପା ପଚାରନ୍ତି ଖୋଜି ନାଉରିରେ
ଝିଅ ମୋର ଗଲା କାହିଁ,
ବୁଜି ଆଖି ଠିଆ ନାଉରି ନିଜେ ଲୋ
ତୁଣ୍ଡ ତା’ ଫିଟଇ ନାହିଁ ||
ଚିଲିକା ପାଣିରେ ଦୋଳୁଛି ଲହରୀ,
ବୋହୁଛି ଶୀତଳ ବାଆ,
ସୋରି ସୋରି ଖରା ଜଳି ଯାଉଛି ଲୋ,
ଖେଳୁଛି ସହସ୍ର ନାଆ ||
ପାହାଡ଼ ଚଢ଼େଇ ଉଡ଼ୁଅଛି ରାବି
ମନେ କି ଅଛି ତା’ ଧୋକା,
ପାଣି ତଳେ ଛାଇ ବୁଲି ଯାଉଛି ଲୋ
ଜାଇଟି ନାହିଁକି ଏକା ||
ବାପା ଫେରି ଆସି ବୋଉଙ୍କ ଆଗରେ
କଥା ନ ପାରନ୍ତି କହି,
ଆର ଦିନ ପୁଣି ନାଉରି ଗଲା ଲୋ
ନାଆ ସେହି ବାଟେ ବାହି ||
କେତେ ଶ ବରଷ ହେଲାଣି ସେଦିନୁଁ
ଗଣି କି କହିବ କିଏ
ନାହିଁ କିଛି ଆଉ ସେକାଳ କଥା ଲୋ
ଜାଇ ରହିଅଛି ଜୀଏ ||
ବାଲୁଁ ଗାଆଁ କୂଳୁଁ ନାଆ ଗଲାବେଳେ
ପାରିକୁଦ ଗଡ଼ଠାକୁ,
ପାହାଡ଼ ସମୀପେ ମଣିଷ ତୁଣ୍ଡଲୋ,
ଶୁଣାଯାଏ କାହାକୁ ?
ବରଷା ବତାଷି ଚିଲିକାରେ ଆଉ
ହୁଏ ନାହିଁ ତେଡ଼େ ଭଳି,
ଆପଦେ ବିପଦେ ଜଣା ପଡ଼ଇ ଲୋ
ସାହା କିଏ ଥିଲା ପରି ||
ନାଉରି କେଉଟ ପାହାଡ଼ ବାଟେ ତା’
ନାଆ ନେଇ ଗଲାବେଳେ,
କାମେ ଆପଣାର ଶୁଭ ମନାସି ଲୋ
ଜୁହାର କରଇ ଥରେ ||
ତୋଳିଲେ ପାହାଡ଼ ଶିଖେ କାଳେ ଭକ୍ତେ
ସୁନ୍ଦର ଦେଉଳଟିଏ,
ସେ ଦେଉଳେ ପୁଣି ସମୁଦ୍ରେ ସତେ ଲୋ,
ରହିବ ଦେବତା କିଏ ||
ସୂର୍ଯ୍ୟ ବୁଡ଼ିଗଲେ, ନିଶବ୍ଦ ଯେବେ
ହୁଏ ସବୁ ସଞ୍ଜବେଳେ,
ଏକାହୋଇ ଜାଇ, ଲୋକେ କହନ୍ତି ଲୋ
ବୁଲୁ ଯେ ଥାଏ ପାହାଡ଼େ ||
ନେତ୍ରୁଁ ବୋହୁଥାଏ ଲୁହ ଦୁଇ ଧାର
ଶୁଖି ଯାଇଥାଏ ମୁହଁ,
ହେଲେ ଠାରି ହାତ କାନ୍ଦି କାହାକୁ ଲୋ
ନିବର୍ତ୍ତାଇ କରେ ଥୟ ||
ସେ ଯୋଗେ ନୋହୁଛି କାଳିଜାଇ ଗଣ୍ଡେ
ଏଡ଼େ ଆଉ ଝଡ଼ ବାଆ,
ତହିଁ ବୁଡ଼ିବାର ଶୁଣା ନ ଯାଏ ଲୋ
ଯହିଁ ଯେତେ ବୁଡ଼ୁ ନାଆ ||
କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା
କୋଟି କୋଟି ଦଣ୍ଡବତ,
ପାହାଡ଼ର ନାଆଁ ରାଇଜେ ଖ୍ୟାତ ଲୋ
କାଳିଜାଇ ପରବତ ||
****** ****** *******
ମୁଁ ଏହି ଲେଖାଟି କେବେ ପଢ଼ିନଥିଲି ।
ReplyDeleteଏହି ଲେଖାଟିକୁ ଛାପିଥିବାରୁ ଅନେକ ଅନେକ ଧନ୍ୟବାଦ ।
Mane padi gala puni sei pila dina.
ReplyDelete