Saturday, 4 October 2014

ବାପା

କେତେଥର କହିଲି ବାପା
ତୁମେ ଚାଲିଆସ
ଆମ ପାଖକୁ


ଟାଟା ସ୍କାଏରେ ଦେଖିବ
ଓଡ଼ିଆ ଟିଭି,
ଇଣ୍ଟରନେଟରେ ପଢ଼ିବ
ଓଡ଼ିଆ ପେପର,
ବୋହୁ ବି ରାନ୍ଧିଦେବ ଏଠି
ଓଡ଼ିଆ ଘରର ଖାଦ୍ୟ,
ବାପା ତୁମେ ଚାଲିଆସ,
ବୋଉକୁ ନେଇ
ତୁମେ ଚାଲିଆସ


ଏଥରକ ବି ମିଳିଲାନି କିଛି ଉତ୍ତର 

ପାଣିଚିଆ ଆଖି ଆଉ..
ଗୋଟେ ଦୀର୍ଘ ନିଶ୍ବାସ 
ନୀରବତାରେ କେହି ଯେମିତି କହୁଥିଲା, 
କେମିତି ଛାଡିଦେବି ଶେଷବେଳେ 
ମୋ ମା କୁ,
ସେ ମାଟି ଆଉ.. ସେ ଗାଁ କୁ



***********

ଆଉ କଣ ମାଗିବି ପ୍ରଭୁ

ଆଉ କଣ ମାଗିବି ପ୍ରଭୁ
ଏତେ ସବୁ ପାଇ,
ଆଉ କଣ ଚାହିଁବି ପ୍ରଭୁ
ତୁମଠାରୁ ଏତେ ସବୁ ନେଇ |

ଆଉ କିଛି.. ଆଉ କିଛି
ମାଗୀବିନି ଆଉ,
'ଆଉ କିଛି' ର ତ ନଥାଏ ଶେଷ,
'ଆଉ କିଛି' ରେ ତ ବୁଝେନା ଶୋଷ |

ସୁଖ ବି ଲାଗିବ ସ୍ବାଦହୀନ
ପାଖେ ଯଦି ଦୁଃଖ ଟିକେ ନାହିଁ
ଖରା ଅଛି ବୋଲି ସିନା
ବୁଝୁଛି ମୁଁ କେତେ ମିଠା ଛାଇ |

ଆଉ କଣ ମାଗିବି ପ୍ରଭୁ
ଏତେ ସବୁ ପାଇ,
ଆଉ କଣ ଚାହିଁବି ପ୍ରଭୁ
ତୁମଠାରୁ ଏତେ ସବୁ ନେଇ |

କିଛି ସ୍ମୃତି

ଲମ୍ବା ରାତି ପାହେନା
ତୁମ ସ୍ମୃତି ମନରୁ ଯାଏନା ।

ପଛ କଥା ଏବେ ବି ଆସୁଛି
ଚୁପି ଚୁପି ପାଦ ଚାପି ଚାପି
ଅସ୍ବସ୍ଥିକର ଏ ରାତି ଗୁମସୁମ
ଅନେକ କଥା କହିଯାଏ,
ଏତିକି ଜାଣିନି ବୋକୀ
କିଛି କଥା ଭୁଲିଯିବା ପାଇଁ ହୋଇଥାଏ
ଭୁଲିଯିବା ପାଇଁ ହୋଇଥାଏ ।

ଲମ୍ବା ରାତି ତଥାପି ପାହେନା
କିଛି ସ୍ମୃତି ମନରୁ ଯାଏନା ।

ମୋ ପ୍ରଭୁ

ସୁଖରେ ହେଉ ଅବା ଦୁଃଖରେ
ଦୂରରେ ହେଉ ଅବା ପାଖରେ ।

ଶ୍ରଦ୍ଧାରେ ହେଉ ଅବା ଭକ୍ତିରେ
ଚିତ୍ତରେ ହେଉ ଅବା ସ୍ମୃତିରେ ।

ଯୋଗରେ ହେଉ ଅବା ଭୋଗରେ
ଗ୍ଲାନିରେ ହେଉ ଅବା କ୍ଷୋଭରେ ।

ଅଭିମାନ ଅନୁଭବରେ
ତୁ ତ ଅଛୁରେ ସବୁରେ ।

ଅବ୍ୟକ୍ତ ଚେତାନ ତୁ ମୋ
ଭାବର ଠାକୁର ।
ତୋ ଠାରୁ ଆରମ୍ଭ ମୁଁ
ହେବି ତୋ ଠାରେ ବିଲୀନ ।

ଆତ୍ମାରେ ହେଉ ଅବା ମୋ ସତ୍ତାରେ
ମୋ ଠାରେ ତୁ
ତୁ ମୋ କର୍ତ୍ତାରେ ।

ତୋ ପାଇଁ