ବୁଦ୍ଧିଆ ସିଂହ ବର୍ନ ଟୁ ରନ
ବୁଦ୍ଧିଆ ସିଂହ ଉପରେ ଚର୍ଚ୍ଚା ପ୍ରାୟ ଦଶ ବର୍ଷ ତଳେ ଉଠିଥିଲା ଯେତେବେଳେ କୁନି ପିଲାଟିଏ ମିନି ମାରାଥନ ଦୌଡୁଥିଲା, ତା ପରେ ଏହାକୁ ନେଇ ସୃଷ୍ଟି ହେଲା କିଛି ବିବାଦ ଓ ଶେଷରେ ସେ ଖବର ହଜିଗଲା | ପୁଣି ଚର୍ଚ୍ଚା ଉଠିଲା ବୁଦ୍ଧିଆ ସିଂହକୁ ନେଇ ଯେତେବେଳେ କୋଚ ବିରଞ୍ଚି ଦାସଙ୍କୁ ହତ୍ୟା କରାଗଲା | ଏବେ ପୁଣି ଚର୍ଚ୍ଚା ଏକ ଫିଲ୍ମ ରିଲିଜ ହେଉଥିବାରୁ |
(Source: Google Image search)
ଦେଖିବି କି ଦେଖିବି ନାହିଁ !
ବୁଦ୍ଧିଆ ସିଂହ ଫିଲ୍ମଟି ଦେଖିବା ପାଇଁ ମନରେ ସେମିତି ଉତ୍ସାହ ଆସୁ ନଥିଲା | ଦେଖିବା ପାଇଁ କେବଳ ଗୋଟାଏ କାରଣ - ଓଡ଼ିଆ କାହାଣୀ, ଓଡ଼ିଆ ନିର୍ଦେଶକ | ହେଲେ କିଛି ଦିନ ତଳେ ନୀଳ ମାଧବ ପଣ୍ଡାଙ୍କ "କୋନ କିତନେ ପାନି ମେଁ"କୁ ନେଇ ମଧ୍ୟ ସେମିତି ଚର୍ଚ୍ଚା ଉଠିଥିଲା | କିନ୍ତୁ ଫିଲ୍ମ ସେମିତି କିଛି ଖାସ ନଥିଲା | ତେଣୁ ଏ ଫିଲ୍ମ ପ୍ରତି ବି ଏତେଟା ଆଗ୍ରହ ଆସୁନଥିଲା |
ଫିଲ୍ମ ରିଲିଜ ର ଗୋଟେ ଦିନ ପୂର୍ବରୁ bookmyshowରେ ଦେଖିଲି ନିକଟବର୍ତ୍ତୀ ସିନେମା ହଲ ବୁଦ୍ଧିଆ ସିଂହର ଗୋଟାଏ ସୋ ଚଳାଉଛି | ଯେହେତୁ ଘର ପାଖରେ ହଲ ଓ ଓଡ଼ିଆ ଲୋକଙ୍କ ଦ୍ୱାରା ଏ ଫିଲ୍ମ ତେଣୁ ଫିଲ୍ମଟି ଦେଖିବାକୁ ମନ ସ୍ଥିର କଲି | ହେଲେ ଶୁକ୍ରବାରର ବୁକିଂ ସେମିତି ଆଶାନୁରୂପ ନହେବାରୁ ସିନେମା ହଲଟି ସେ ସୋ' କୁ cancel କରି sms ଦ୍ୱାରା ଜଣେଇଦେଲା | ହଠାତ କାହିଁକି କେଜାଣି ଫିଲ୍ମଟି ଦେଖିବା ପାଇଁ ଗୋଟେ curiosity ସୃଷ୍ଟି ହେଲା | ଫିଲ୍ମକୁ support କରିବା ଲକ୍ଷ୍ୟରେ ଇଚ୍ଛା ହେଲା ଫିଲ୍ମଟି ଦେଖିବାକୁ | ଆଉ ଏକ ସିନେମା ହଲରେ ଏ ସିନେମାଟି ଚାଲୁଥିବାର ଦେଖି ସେ show ପାଇଁ ଟିକେଟ book କରିଦେଲି |
ଫିଲ୍ମ
ଫିଲ୍ମ ଆରମ୍ଭ ହୋଇଛି thanksgiving note ସହ | ଜଗନ୍ନାଥ ମନ୍ଦିର, ପୁରୀ , CRPF ଭୁବନେଶ୍ୱର.. | ଶଙ୍ଖ ଧ୍ୱନି ସହ ଶ୍ରୀମନ୍ଦିର ର ଦୃଶ୍ୟ |
ଫିଲ୍ମର କାହାଣୀ 5 ବର୍ଷର କୁନିପିଲା ବୁଦ୍ଧିଆ ଓ ତାର କୋଚ ବିରଞ୍ଚି ଦାସଙ୍କୁ ନେଇ | ବୁଦ୍ଧିଆକୁ ନେଇ ବିରଞ୍ଚିର ସ୍ବପ୍ନ, ଆକାଂକ୍ଷା ଓ ଶେଷରେ arrogance | ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ଏ ଫିଲ୍ମକୁ | ଦୁଇ ଘଣ୍ଟାର ଫିଲ୍ମରେ ଦର୍ଶକ ସ୍କ୍ରିନ ଉପରୁ ଗୋଟେ ମୁହୂର୍ତ୍ତ ବି ଆଖି ଫେରାଇ ଆଣିପାରିବ ନାହିଁ | କାହାଣୀ କେବେବି flat ହୋଇଗଲା ଭଳି ଲାଗୁନି | ଉତ୍କଣ୍ଠା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଲାଗି ରହୁଛି | ମଝିରେ କିଛି ସମୟ ପାଇଁ ଯଦିଓ ଲାଗୁଛି ନିର୍ଦ୍ଦେଶକ ଟିକେ confuse ହୋଇଯାଇଛନ୍ତି | screen blank ହୋଇ ଯାଉଛି | Actually ସୌମେନ୍ଦ୍ର ସେତେବେଳର confusion କୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି ଫିଲ୍ମରେ | ଛୋଟ ପିଲା ମାରାଥନ ଦୌଡ଼ି ପାରିବ କି ନାହିଁ ! କଣ ହେବ ଏ ପିଲାର ଭବିଷ୍ୟତ ! ସରକାର ଓ ଶିଶୁ କଲ୍ୟାଣ ବିଭାଗ ଏକ rare talent କୁ handle କରିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି | ଦାୟିତ୍ୱ ଖସେଇବା ବାହାନାରେ ଆମ system ହଜେଇ ଦେଇଛି ଏକ କୁନି talent..
ସୌମେନ୍ଦ୍ରଙ୍କ ଏ ପ୍ରଥମ ଫିଲ୍ମ ଏବଂ ପ୍ରଥମ ଫିଲ୍ମରେ ନିଜ ଦକ୍ଷତାର ପ୍ରଦର୍ଶନ କରିଛନ୍ତି ସେ | କାହାଣୀ, ନିର୍ଦ୍ଦେଶନା, ସଂଗୀତ..ସବୁଥିରେ ଏକ ପ୍ରକାର maturity ସ୍ପଷ୍ଟ ବାରି ହୋଇ ପଡୁଛି |
ଓଡ଼ିଶାର କାହାଣୀକୁ ଦେଖେଇଲା ବେଳେ ଓଡ଼ିଶାକୁ ଦେଖେଇବାର ସୁଯୋଗକୁ ହାତଛଡା କରି ନାହାନ୍ତି ସୌମେନ୍ଦ୍ର | ଅତି ସୁନ୍ଦର ଭାବେ ଓଡ଼ିଶାର ଭାଷା, ଖାଦ୍ୟ (ଛେନାପୋଡ଼), ପୁରୀ ସମୁଦ୍ରକୁଳ, ଶ୍ରୀମନ୍ଦିରକୁ ଫିଲ୍ମରେ ଦେଖାଯାଇଛି | କେତେବେଳେ ଏମିତି ବି ଲାଗୁନି କି ଏ ଦୃଶ୍ୟର ଆବଶ୍ୟକତା ନଥିଲା ଓ ନିର୍ଦ୍ଦେଶକ ଏହାକୁ ଏଠି ଦେଖେଇଦେଲେ | ସଂଗୀତରେ ବି ଓଡ଼ିଆ ଭାଷାର ସୁନ୍ଦର ଉପଯୋଗ କରିଛନ୍ତି | ମୁଖ୍ୟ ଗୀତରେ ସୁନାପୁଅ, ଗେହ୍ଲାପୁଅ ଆଦି ଶବ୍ଦ ଓ ଥିମ ଗୀତରେ ବନ୍ଦେ ଉତ୍କଳ ଜନନୀ | ଗୋଟେ ଦୃଶ୍ୟରେ ରେଡ଼ିଓରୁ ବି ଆସୁଛି ରଙ୍ଗବତୀ ଗୀତ | ମୋଟ ଉପରେ କହିବାକୁ ଗଲେ ଓଡିଶାକୁ ଜାତୀୟ ସ୍ତରରେ ବହୁତ ସୁନ୍ଦର ଭାବରେ ଉପସ୍ଥାପିତ କରାଯାଇଛି ଏ biopic ଫିଲ୍ମରେ |
ରେଟିଂ : 4
ଏହା ଏକ ସମ୍ପୂର୍ଣ (complete) ଫିଲ୍ମ | biopic ଫିଲ୍ମ ହେଲେବି ଦର୍ଶକକୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଛି ଏ ଫିଲ୍ମ | ମୋ ମତରେ ଅତି କମରେ ଏ ଫିଲ୍ମ (4/5) ରେଟିଂ ପାଇବା ପାଇଁ ହକଦାର |
ଶେଷକଥା
ଦୁଃଖର କଥା ଏମିତି ଏକ ଫିଲ୍ମକୁ ଦର୍ଶକ response ଯେମିତି ମିଳିବା କଥା ସେମିତି ମିଳୁନି | ମନୋଜ ବାଜପାୟୀଙ୍କ ଭଳି କଳାକାର ବି ଦର୍ଶକଙ୍କୁ ଟାଣି ପାରୁନି ସିନେମା ହଲକୁ | ଆଶା କରିବା ଆଗକୁ ଏ ଫିଲ୍ମଟି ଲୋକଙ୍କ ଦ୍ୱାରା ଆଦୃତ ହେବ |

Good that people like Soumendra Padhi has believe in odia stories and people. Great respect for this individual. Good to see this piece of writing specially from you. Though I have not seen the movie yet as it has not been released in South Africa, however certainly curious to watch this one. I strongly believe that the current generation people from my state is capable of bringing more sunshine from all dimension and we are in right track. It's just the matter of perfect time which is yet to be witnessed. A special thanks to Manoj Bajpai who believed in this story and subject. Always a great actor and inspiration to many. Finally my wishes are with the wonder kid Budhia and many more Budhia who are waiting for the right platform to show their talent.
ReplyDeleteFrom statistics perspective with lack of proper infrastructure and sports culture, if Odisha can produce many Olympians and specially 6 ladies from the same state representing in RIO, I think there is no doubt in availability of talents.
Bande Utkal Janani.
Thanks for reading this piece and your comment Manas.
ReplyDeleteIt's really shameful that we Odia people hardly encourage such talents (both Budhia & Soumendra). Movie has received very poor response from Odia people.
Hope this trend will change soon.
Jai Jagannath.