କଟକ ନଗର, ଧବଳ ଟଗର । ହଜାର ବର୍ଷର ସହର ଇଏ । ସଂସ୍କୃତିର ସହର.. ଭାଇଚାରାର ସହର । ବାରବାଟି ଦୁର୍ଗଠାରୁ ନେଇ ହାଇକୋର୍ଟ, ତାରକସି କାମଠୁ ନେଇ ଦହିବରା ଆଳୁଦମ, ବାଲିଯାତ୍ରାଠୁ ନେଇ ଦୁର୍ଗାପୂଜା । କଟକର ସ୍ଥାନ ସ୍ୱତନ୍ତ୍ର ଓଡ଼ିଶାରେ ।
ଏଇ କଟକର ବାଦାମବାଡି ବସଷ୍ଟାଣ୍ଡ । ସାରା ଓଡ଼ିଶାକୁ ସଂଯୋଗ କରେ ଏ ସ୍ଥାନ । କଟକକୁ ଜଣେ କେହି ଆସିବ ମାନେ, ଏ ବାଦାମବାଡି ମାଟିରେ ଥରେ ନିଶ୍ଚେ ପାଦ ପକାଇବ । ଖରାଦିନ ମଧ୍ୟାହ୍ନ ସମୟ । ଯାଜପୁରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥାଏ ମୁଁ ବାଦାମବାଡି ବସଷ୍ଟାଣ୍ଡ ଭିତରେ । ଭାବିଲି ସାଙ୍ଗରେ ପାଣି ବଟଲଟିଏ ନେଇଯିବି । ପରିଶ୍ରା କରାଯାଉଥିବା କାନ୍ଥକୁ ଲାଗି କିଛି ଫଳ ଦୋକାନ । ସେଠାରୁ ପାଣି ବଟଲଟିଏ କିଣିଲି । ତା' ସହିତ ବାଛିଲି କିଛି ଫଳ । ସେଓ, କମଳା ଦୁଇ କେଜି ଓଜନ କରି ଦୁଇଟି ଅଲଗା କଳା ଜରିରେ ଦୋକାନି ବଢ଼ାଇ ଦେଲା ମୋ ଆଡକୁ । ବସ ଛାଡ଼ିବା ଟାଇମ ବି ହୋଇଯାଇଥାଏ । ଦୋକାନୀ ହାତକୁ ପଇସା ବଢ଼ାଇ ଦେଇ ଜରି ଦୁଇଟାକୁ ଧରି ଜଲଦି ଜଲଦି ଆସି ବସରେ ବସିଲି । ଅଧା ରାସ୍ତାରେ ଦେଖିଲି ମୁଁ ବାଛିଥିବା ଫଳ ଜାଗାରେ ଦୋକାନି ମୋତେ ଦେଇଛି ପଚାସଢା ଫଳ । ପରେ ସାଙ୍ଗମାନଙ୍କ ଠାରୁ ଜାଣିଲି ସେଇଟା ବାଦାମବାଡି ନୁହେଁ ବଦମାସ ବାଡି । ସେଠି କେହି ନା କେହି ଜୀବନରେ ଥରେ ଅଧେ ଠକି ହୋଇଛନ୍ତି ଆଉ ସେ ଜାଗାକୁ ଦୂରୁ ଜୁହାର ବି ହୋଇଛନ୍ତି ।
ଏ ହେଉଛି କଲେଜ ଦିନର ଘଟଣା । ବହୁ ବର୍ଷ ହେବ ସେ ଜାଗାକୁ ଆଉ ଯାଇନି । କାରଣ ଯିବାକୁ କେବେ ଦରକାର ପଡିନି ।
ଆଚ୍ଛା..ଏବେ ଟପିକ ଉପରକୁ ଆସିବା । ସ୍ଵାଧୀନତାର ଏତେ ବର୍ଷ ପରେ ବି ଏମିତି ଜାଗା ସବୁ ଅଛି । ସମସ୍ତେ ଜାଣନ୍ତି । ପୁଲିସ, ପ୍ରଶାସନ, ବଜାର କମିଟି.. ସମସ୍ତେ । କିନ୍ତୁ କିଛି ପରିବର୍ତ୍ତନ ହୁଏନା । ବୁର୍ଲାରେ ଯେବେ ଲୋକେ ମୋତେ ମୋ ଜିଲ୍ଲା ବିଷୟରେ ପଚାରନ୍ତି, ମୁଁ କଟକ କି ଯାଜପୁର କୁହେନା । କାରଣ କଟକିଆଙ୍କ ପ୍ରତି ଭାରି ଗୋଟେ ଭଲ ନଜର ନଥାଏ ସେଠି । ନିଜ ରାଜ୍ୟରେ ଯଦି ଏହି ଅବସ୍ଥା, ବାହାର ଲୋକଙ୍କ କଥା ନକହିବା ଭଲ ।

ବାଙ୍ଗାଲୋରର ମାଜେଷ୍ଟିକ ବସଷ୍ଟାଣ୍ଡ ଦେଖି ଚମକି ପଡିଲି ପ୍ରଥମ ଥର ପାଇଁ । ଜୀବନରେ ଜାଣିଲି ବସଷ୍ଟାଣ୍ଡ ବି ଏମିତି ଚକାଚକ ଥାଏ । ସମସ୍ତେ କହୁଛନ୍ତି ଓଡ଼ିଶା ଗରିବ ରାଜ୍ୟ । ମୁଁ ଭାବେ ଏ ହେଉଛି ଗରିବ ମାନସିକତାର ଏକ ରାଜ୍ୟ । ଜାଣେନା ସେ ଫଳ ଦୋକାନିଟି କାହିଁକି ଏମିତି କଲା । କିଛି ପଇସାର ଲୋଭ ନା କୁତ୍ସିତ ମାନସିକତା ! ଦୋଷ ଖାଲି ଫଳ ଦୋକାନିଟିର ନୁହେଁ । ଦୋଷ ଏହି ମାନସିକତାର । ସେ ଜଗନ୍ନାଥ ମନ୍ଦିରର ପବିତ୍ର ବାତାବରଣ ହେଉ ଅବା ପୂତିଗନ୍ଧମୟ ବସଷ୍ଟାଣ୍ଡ । ସେ ଆମ ରାଜ୍ୟର ଉଚ୍ଚପଦାଧିକାରି ହୁଅନ୍ତୁ ଅବା ଆମ ଉଚ୍ଚଶିକ୍ଷିତ ଅପର୍ କ୍ଲାସ । ସେ ଆମ ଫିଲ୍ମ ଜଗତ ହେଉ ଅବା ଆମ ରାଜନୈତିକ ଜଗତ । ସବୁଠି ଏହି ମାନସିକତା ।
ବ୍ଲଗଟି ନକରାତ୍ମକ ଦିଗକୁ ନେଇ ଲେଖା ଯାଇଛି । କିନ୍ତୁ ଏ ଦିଗଟିକୁ ଛାଡ଼ିବି ତ ହେବନି । ଯଦି ଆମେ ବି ଦେଖିକି ଅଣଦେଖା କରିବା, ଏସବୁ ଠିକ ହେବ କେମିତି ! ଟିକେ ଭାବି ଦେଖନ୍ତୁ ।
ସତକଥାଟିଏ କହିଲେ ଆଜ୍ଞା, ଆମର ଏହିଭଳି କୁତ୍ସିତ ମାନସିକତା ହିଁ ଅନେକ ଲୋକଙ୍କୁ ଆମଠାରୁ ଦୂରେଇଦେଉଛି ।
ReplyDeleteଧରାଯାଉ ଜଣେ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଲେ ଆଉ ତାଙ୍କ ସହ ଏମିତି କିଛି ଘଟଣା ଘଟିଲା, ସେ କ'ଣ କେବେ ଆଉ ଓଡ଼ିଶା ଆସିବାକୁ ଇଚ୍ଛା କରିବେ ନା ତା'ଙ୍କ ସାଙ୍ଗସାଥୀମାନଙ୍କୁ ଓଡ଼ିଶା ଆସିବାକୁ ଦେବେ ।
ଏହି ଭଳି ମାନସିକତା ପାଇଁ ଆମେ ଆମ ନିଜ ଗୋଡ଼ରେ ହିଁ କୁରାଢ଼ୀ ମାରିଥାଉ ଯାହା ଆମକୁ ଜଣା ପଡ଼େନି ।
ଦି' ପଇସା ସମ୍ମାନର ସହ ରୋଜଗାର କରି ସ୍ୱାଭିମାନର ସହ ମଥା ଉଚ୍ଚକରି ବଞ୍ଚିବା କେବେ ଶିଖିଵ ଏ ଜାତି !
Delete