କୋକ, ପପକର୍ନ ନେଇ ବସିଲୁ ନିଜ ସିଟରେ । ମୁକେଶର ବିଜ୍ଞାପନ ଚାଲିଥାଏ ରୁପେଲି ପରଦାରେ । ଯାହାହେଉ ଫିଲ୍ମ ଆରମ୍ଭ ହୋଇନି । ମଝିଧାଡ଼ିର ମଝିବାଲା ସିଟ ଆମ ଦୁଇ ଜଣଙ୍କର । ଫିଲିମ୍ ଦେଖିବା ପୁର୍ବରୁ ବେସିକ୍ ଜିନିଷ ଗୁଡାକ ଆଗେ check କରିନେବାକୁ ପଡିବ। ଚାରିଆଡ଼େ ଟିକେ ଆଖି ବୁଲାଇ ଆଣିଲୁ । ଫଟା କପାଳ!! ସାଇଡ ସିଟରେ ମୋ ବାଁ ପାଖକୁ ବଂଗାଳୀ ଆଣ୍ଟି ଜଣେ । ମୁଁ ଚାହିଁଲି ଗଣେଷ ଆଡେ । ହତଭାଗାର ବି ସେଇ ଏକା ଅବସ୍ଥା । ମଉସା ଜଣେ ତା କଡରେ ବସିଥାନ୍ତି । ସାଂଗକୁ ଏମିତି ଅବସ୍ଥାରେ ଦେଖିଲେ ଟିକେ ଆତ୍ମସନ୍ତୋଷ ଲାଗେ । ସାମ୍ନା ସିଟ୍ ଟି ଖାଲିଥାଏ । କିଛି ସମୟ ପରେ ଆରମ୍ଭ ହୋଇଗଲା ଫିଲ୍ମ ସାର୍ଟିଫିକେଟ ସହ ।
ଏ ହେଉଛି କୋଲକାତାର କଥା । ସେତେବେଳେ 3 Idiots ରିଲିଜ୍ ହୋଇଥାଏ ଆଉ ତା ସହ ମାର୍କେଟ କୁ ନୂଆ ନୂଆ ଆସିଥାଏ Swine Flu । ପେପରରେ ନିତି ଫ୍ଲୁ ର ନିଉଜ । ଆଉ ଅଫିସ ରେ HR ମାନଙ୍କର Awareness mail। ଆଉ ତା ସହିତ ମଝିରେ ମଝିରେ ବଜାର ରାସ୍ତାରେ ଦେଖାଯାଉଥିବା ମାସ୍କ ପିନ୍ଧା ମୁହଁ । ମୋଟାମୋଟି କହିବାକୁ ଗଲେ ରାମସେ ବ୍ରଦରଙ୍କ ପ୍ଲଟ୍ ପରି ଥିଲା ଅବସ୍ଥା ସେତେବେଳେ ।
ଆଗ ସିଟରେ ବସିଗଲେ ଯୋଡି ହଳେ ହାତ ଧରାଧରି ହୋଇ ଆସି ।
"ଲାଇଫକୁ ଏଇମାନେ ଶଳା Enjoy କରୁଛନ୍ତି" ଗଣେଷର ଚିରାଚରିତ ପ୍ରତିକ୍ରିୟା ।
"ଛାଡ ସେ କଥା.. ଆଉ ଚୁପଚାପ ଫିଲ୍ମ ଦେଖେ" ।
ଫିଲ୍ମ ଚାଲିଥାଏ | ମୋ ସିନେ-କ୍ରିଟିକ ମସ୍ତିଷ୍କ ଅନୁଶୀଳନ କରୁଥାଏ ପ୍ରତିଟି ସିନ୍ ସହ ଚେତନ ବାବୁଙ୍କ "5 ପଏଣ୍ଟ ସମଉଆନ" ପୁସ୍ତକ ।
ସିକସ୍ ..ବାଁ ପାଖ ରୁ ଆସିଲା ପୁଣି ଥରେ..ଆ.. ଆ..ସିକ୍ସ । ଆଣ୍ଟିକୁ ଥଣ୍ଡା ଧରିଗଲା ବୋଧେ ଏ.ସି.ରେ ବସି ବସି । ଛିଙ୍କ ଉପରେ ଛିଙ୍କ । ଟିକେ ଜକେଇ ଆସିଲି ଗଣେଷ ଆଡେ । ଭାଇରସଟା ଏ ଆଡକୁ ଯେମିତି ନ ଆସେ ।
ସିକସ୍ ..ବାଁ ପାଖ ରୁ ଆସିଲା ପୁଣି ଥରେ..ଆ.. ଆ..ସିକ୍ସ । ଆଣ୍ଟିକୁ ଥଣ୍ଡା ଧରିଗଲା ବୋଧେ ଏ.ସି.ରେ ବସି ବସି । ଛିଙ୍କ ଉପରେ ଛିଙ୍କ । ଟିକେ ଜକେଇ ଆସିଲି ଗଣେଷ ଆଡେ । ଭାଇରସଟା ଏ ଆଡକୁ ଯେମିତି ନ ଆସେ ।
ଆଗ ଧାଡିରେ ବସିଥିବା ଝିଅଟି ପଛକୁ ବୁଲି ଚାହିଁଲା । ଗୋଡ ପାଖରୁ ବ୍ୟାଗ ଉପରକୁ ଆଣିଲା । ଆଉ ଗୋଟେ ମାସ୍କ କାଢି ଲଗେଇ ଦେଲା ନିଜ ମୁହଁରେ ।

ବରାହ ଅବତାର ଆଗରୁ ଘୁଷୁରୀ ଅବତାରରେ ଆପଣଙ୍କର ବି ହୋଇଗଲା ଡରରେ ବଳାତ୍କାର ।
ReplyDeleteହା ହା.... କିଛି ମାଇଣ୍ଡ କରିବେନି ।
7th sense boli gote #Tamil Movie achhi #Surya ra..
ReplyDeleteTar #Odia version name hauchi #Aatank..