Tuesday, 20 January 2015

ଗାଁ

ବେଳେବେଳେ ଭାରି ମନେପଡେ ଗାଁ,
ନଈବାଲି, ବରଗଛ,
ବିଲବାଡି, ତୋଟାମାଳ ।

କଂକ୍ରିଟ ରୋଡ଼ ତଳୁ ଉଂକିମାରେ
ଧୁଳି ରାସ୍ତା ଆଉ ପିଲାଦିନ ସ୍ମୃତି ।
ଧାନଖଳାରେ ଆଉଥରେ
ଗଡିଯିବାକୁ ଇଚ୍ଛା ହୁଏ ।
ଇଚ୍ଛାହୁଏ ଦୌଡିଯିବାକୁ ସେ ନଈବାଲିରେ
ଆଉଥରେ ଖାଲିପାଦରେ ।

ବଦଳି ଯାଇଛି ସମୟ,

ଛଣଗଦା ବି ଆଉ ଡାକୁନି ହାତଠାରି,
ନଈବାଲି ବି ମୁହଁ ଫେରେଇ ନେଇଛି
ଅଭିମାନି ଗାଁ ଝିଅ ପରି,
ଅନେକ ନୁଆ ମୁହଁ ଭିତରେ
ମୁଁ ହୋଇଗଲିଣି ଅଚିହ୍ନା ।

ତଥାପି କିଛି ଲୋକଂକୁ ଦେଖିଲେ
ହସ ଖେଳିଯାଏ ଓଠରେ
ଅଜାଣତରେ ।

କିଛି ଲୋକ ଦୂରରୁ ଦେଖି
ଚାଲି ଆସନ୍ତି ପାଖକୁ,
ଆଉ କିଛି ଲୋକଂକୁ ଦେଖି
ମୁଁ ଚାଲିଯାଏ ଦୂରକୁ
ଦୂର ଅତୀତକୁ..

1 comment:

  1. ହଁ ଭାଇ ଏଇଟା ନିହାତି ସତ କଥାଟିଏ ।
    ମୁଁ ବି ଏବେ ଗାଁକୁ ଗଲେ, ଅନେକ ଲୋକଙ୍କୁ ଦେଖି ନୂଆ ନୂଆ ଲାଗନ୍ତି ତ‌ଥାପି ଅନେକ ଚିହ୍ନାମୁହଁ ଦେଖି ପଦେ କଥାହୋଇଗଲେ କି ଖୁସି, କି ଆନନ୍ଦ । ବର୍ଣ୍ଣନା କରିହେବନି ।

    ReplyDelete